ଓଡିଶା

ଦାବି ପୂରଣ ପାଇଁ ୧୪ କିଲୋମିଟର ଚାଲିଲେ ଗ୍ରାମବାସୀ

ବୋରିଗୁମ୍ମା (ବିଘ୍ନେଶ୍ୱର  ଷଡ଼ଙ୍ଗୀ): ଦାବି ପୂରଣ ପାଇଁ ଗ୍ରାମବାସୀ ଆପଣାଇଲେ ନୂଆ ତରିକା । ୧୪ କିଲୋମିଟର ପଦଯାତ୍ରା କରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ନିଜର ଦାବି ଜଣାଇଛନ୍ତି ଗ୍ରାମବାସୀ । ବୋରିଗୁମ୍ମା ବ୍ଲକ ରଣସପୁର ପଞ୍ଚୟତବାସୀ ସେମାନଙ୍କ ଅଂଚଳରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏବଂ ୧୫ ଦିନ ମଧ୍ୟରେ ଦାବି ପୂରଣ ପାଇଁ କହିଛନ୍ତି । ଆଉ ଯଦି ଉକ୍ତ ୧୫ ଦିନ ମଧ୍ୟରେ ସେମାନଙ୍କ ଦାବି ପୂରଣ ନ ହୁଏ ତେବେ ବ୍ଲକ କାର୍ଯ୍ୟାଳୟ ଘେରାଓ କରିବାର ଚେତାବନୀ ଦେଇଛନ୍ତି ।

ସମାଜସେବୀ ହରି ରାଓଙ୍କ ନେତୃତ୍ୱରେ ରଣସପୁର ପଞ୍ଚୟତର ରାଣିଗଡ଼ ଏବଂ ସର୍ଗିପଦର ଗ୍ରାମର ଗ୍ରାମବାସୀ ଏକତ୍ରିତ ହୋଇ ମୁଣ୍ଡାଗୁଡାରୁ ବୋରିଗୁମ୍ମା ପର୍ଯ୍ୟନ୍ତ ଦୀର୍ଘ ୧୪ କିଲୋମିଟର ରାସ୍ତାକୁ ଚାଲି ଚାଲି ଅତିକ୍ରମ କରିବା ସହିତ ପ୍ଲା କାର୍ଡ ଧରି ଦାବି ପୂରଣ ନିମନ୍ତେ ସ୍ଲୋଗାନ ଦେଇ ବ୍ଲକରେ ପହଂଚିଥିଲେ । ସେଠାରେ ଏବିଡ଼ିଓ ମାଧୁରୀ ଆଚାରିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଦାବିରେ ଦୁଇ ଗ୍ରାମର ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ବିଜୁଳି ଓ ଗମନାଗମନର ସୁବିଧା କରିବା ପାଇଁ ଦାବି କରାଯାଇଛି । ବର୍ଷ ବର୍ଷ ଧରି ବାରମ୍ବାର ଦାବି ସତ୍ତ୍ବେ ଏସବୁ ସମସ୍ୟାର ସମାଧାନ ହେଉ ନଥିବାରୁ ଏଭଳି ପନ୍ଥା ଆପଣାଇଛନ୍ତି ଦୁଇ ଖଣ୍ଡ ଗାଁର ଗ୍ରାମବାସୀ ।

ଗତ ପଞ୍ଚାୟତ ନିର୍ବାଚନରେ ରାଣିଗଡ଼ବାସୀ ଅଚଂଳର ସମସ୍ୟାର ସମାଧାନ ନ ହେବାରୁ ଭୋଟ ବର୍ଜନ ମଧ୍ୟ କରିଥିଲେ । ହେଲେ କୌଣସି ସମାଧାନ ହେଲା ନାହିଁ । ତେଣୁ ଆଗାମୀ ୧୫ ଦିନ ମଧ୍ୟରେ ରାଣିଗଡ଼ ଏବଂ ସର୍ଗିପଦର ଗ୍ରାମର ମୌଳିକ ସମସ୍ୟାର ସମାଧାନ କରାନଗଲେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇବା ପାଇଁ ଚେତାବନୀ ଦେଇଛନ୍ତି ସମାଜସେବୀ ଶ୍ରୀ ରାଓ ଏବଂ ସରପଂଚ ଟଙ୍କଧର ନାୟକ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା