ଓଡିଶା

ପଞ୍ଚଭୂତରେ ଲୀନ ହେଲା ମୋତି ମହଲର ଶେଷ ରାଣୀଙ୍କ ପାର୍ଥିବ ଶରୀର

କୋରାପୁଟ (ସୁନୀଲ ଦାଶ): ପଞ୍ଚଭୂତରେ ଲୀନ ହେଲା ମୋତି ମହଲର ଶେଷ ରାଣୀଙ୍କ ପାର୍ଥିବ ଶରୀର । ସହରର ଚନ୍ଦନବାଡ଼ସ୍ଥିତ ରାଜ ଶ୍ମଶାନରେ ରାଜକୀୟ ପରମ୍ପରା ଅନୁଯାୟୀ ରାଜମାତା ରମାକୁମାରୀ ଦେବୀଙ୍କ ଅନ୍ତ୍ୟେଷ୍ଟି ସଂପନ୍ନ ହୋଇଛି । ରାଣୀ ରମାଦେବୀଙ୍କ ମୃତ୍ୟୁ ସହ ଏକ ଯୁଗର ଅବସାନ ହୋଇଛି ଆଉ ଜୟପୁର ରାଜ ପରିବାରର ଶେଷ ପରିଚୟ ବି ଲୁଚି ଯାଇଛି । ଜୟପୁର ରାଜ ପରିବାରେ ଶୋକର ଛାୟା ସହ ସହରରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

ରମା କୁମାରୀ ହେଉଛନ୍ତି ଜୟପୁର ରାଜ ପ୍ରସାଦର ଶେଷ ରାଜା ରାମକୃଷ୍ଣ ଦେଓଙ୍କ ପତ୍ନୀ । ମହାରାଜ ରାମକୃଷ୍ଣ ଦେଓ ହେଉଛନ୍ତି ମହାରାଜ ବିକ୍ରମ ଦେବ ବର୍ମାଙ୍କ ପୌଷ୍ୟ ପୁତ୍ର । ତେବେ ରାମକୃଷ୍ଣ ଦେଓ ମାତ୍ର ଦୁଇଦିନ ପାଇଁ ଜୟପୁରର ରାଜପଦରେ ଅଭିଷିକ୍ତ ଥିଲେ । ସୋମବାର ବିଳମ୍ବିତ ରାତିରେ ଶେଷରାଣୀ ତଥା ରାଜମାତାଙ୍କର ଦେହାନ୍ତ ହୋଇଥିଲା । ସମସ୍ତ ରିତିନୀତି ଓ ରାଜକିୟ ପରମ୍ପରାରେ ପୁଅ ବ୍ରାହ୍ମଣ ରାଜମାତାଙ୍କୁ ମୁଖାଗ୍ନି ଦେଇଥିଲେ ।
ରାଣୀ ମାଙ୍କ ଶେଷକୃତ୍ୟରେ ବଡବୋହୁ ମୟଙ୍କା ଦେବୀ, ରାଜଜେମା ଲତିକା ଦେବୀ, ସାନବୋହୂ ସାରିକା ଦେବୀ ଓ ଯୁବରାଜ ବିଶେଶ୍ବର ଚନ୍ଦ୍ରଚୁଡ ଦେବ ଓ ରାଜ ପରିବାରର ସମସ୍ତ ସେବାୟତ ଉପସ୍ଥିତ ଥିଲେ । ୧୯୬୨ ମସିହାରେ ରାଣୀ ରମାକୁମାରୀ ଦେବୀ ଆନ୍ଧ୍ରପ୍ରଦେଶର ମାଡଗୁଲ ବିଧାନସଭା ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା