ଓଡିଶା

ସାଢେ ୪କୋଟି ଓଡିଆଙ୍କ ବିକାଶ ଦାୟିତ୍ୱ ନରେନ୍ଦ୍ର ମୋଦୀ ନେଇଛନ୍ତି: କେନ୍ଦ୍ର ରେଳ ମନ୍ତ୍ରୀ

ଭୁବନେଶ୍ୱର: ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ଉପଲବ୍ଧ ହେବ 5G ସେବା । ଭୁବନେଶ୍ୱର ରେଳ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ସେ କହିଛନ୍ତି, ଭୁବନେଶ୍ୱର ଷ୍ଟେସନ ବିଶ୍ୱସ୍ତରୀୟ ହେବ । ଜର୍ମାନୀ, ଜାପାନ ଭଳି ଝଲକ ଦେଖିବାକୁ ମିଳିବ । ଏ ନେଇ ଟେଣ୍ଡର ହୋଇଛି, ଖୁବଶୀଘ୍ର କାମ ମଧ୍ୟ ଆରମ୍ଭ ହେବ । ରେଳର ବିକାଶ ପାଇଁ ଆଦୌ ରାଜନୀତି ନ ହେଉ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିକ୍ରିୟାରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ସାଢେ ୪କୋଟି ଓଡିଆଙ୍କ ବିକାଶ ଦାୟିତ୍ୱ ନରେନ୍ଦ୍ର ମୋଦୀ ନେଇଛନ୍ତି । ରାଜନୀତିରୁ ଉର୍ଦ୍ଧ୍ୱରେ ରହି ବିକାଶ ପ୍ରତି ଧ୍ୟାନ ଦିଆଯାଉ । ଅର୍ଥ, ଜମି, ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ହୋଇପାରିବ ।

ରେଲୱେ ଏବଂ ଟେଲିକମ୍‌ରେ ଓଡ଼ିଶାକୁ ଅବହେଳା ହେଉଛି ବୋଲି କୁହାଯାଉଥିଲା । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିକମ ପାଇଁ ୫ ହଜାର ୬ ଶହ କୋଟି ଟଙ୍କା ଓଡ଼ିଶାକୁ ଦେଇଛନ୍ତି । ରାଜ୍ୟ ସରକାର ଜମି ପାଇଁ ଅନୁମତି ଦେଲେ ପ୍ରକଳ୍ପ ଆଗେଇବ । ରେଳ ଯାତ୍ରୀଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇ ଦେବାକୁ ଏହି ପ୍ରକଳ୍ପ ପାଇଁ ୩୦୮ କୋଟିର ବ୍ୟୟବରାଦ କରାଯାଇଛି । ଏହା ୨୪ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁର ରାଉତରାୟ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ ।

ଆଜିଠାରୁ ଓଡ଼ିଶାରେ ଦୁଇଟି ନୂଆ ଟ୍ରେନ୍ ଚଳାଚଳ କରିବ । ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ୍ ଓ ତାଳଚେର-ଢେଙ୍କାନାଳ-ଭଦ୍ରକ ମାର୍ଗ ଦେଇ ସମ୍ବଲପୁର ଓ ଶାଲିମାର ମଧ୍ୟରେ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ ।

ଏହି ଅଞ୍ଚଳର ଯାତ୍ରୀଙ୍କ ସୁବିଧା ତଥା ଆରାମଦାୟକ ଯାତ୍ରା ପାଇଁ ସେମାନଙ୍କୁ ଆଉ ଅନ୍ୟ ପରିବହନ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ(୨୦୮୩୨/୨୦୮୩୧) ଜାନୁଆରୀ ୩ରୁ ସମ୍ବଲପୁରରୁ ପ୍ରତି ରବିବାର, ମଙ୍ଗଳବାର ଓ ଗୁରୁବାର ସନ୍ଧ୍ୟା ୭ଟା ୧୦ରେ ଛାଡ଼ିବାକୁ ଥିବା ବେଳେ ଜାନୁଆରୀ ୪ରୁ ଶାଲିମାରରୁ ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ରାତି ୯ଟା ୨୫ରେ ଛାଡ଼ିବ ।

ସେହିପରି ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ(୦୮୪୧୬/୦୮୪୧୫) ଡିସେମ୍ବର ୩୧ରୁ ପୁରୀରୁ ପ୍ରତିଦିନ ଅପରାହ୍ନ ୧ଟା ୧୫ରେ ଏବଂ ଜାନୁଆରୀ ପହିଲାରୁ ଜଳେଶ୍ବରରୁ ସକାଳ ୪ଟା ୫୦ରେ ପୁରୀ ଅଭିମୁଖେ ଯାତ୍ରା କରିବ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା