ମୋଦିଙ୍କ ସାନ ଭାଇଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

କର୍ଣ୍ଣାଟକାର ମହୀଶୂର ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନ ଭାଇ ପ୍ରହ୍ଲାଦ ମୋଦିଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣା ବେଳେ କାର ଭିତରେ ପ୍ରହ୍ଲାଦ ମୋଦି, ତାଙ୍କ ପତ୍ନୀ, ପୁଅ, ବୋହୂ ଓ ନାତି ରହିଥିଲେ । କାର୍ଟି ଭାରସାମ୍ୟ ହରାଇ ଡିଭାଡରରେ ପିଟି ହୋଇଯିବାରୁ ଦୁର୍ଘଟଣା ହୋଇଛି । ଦୁର୍ଘଟଣା କାରଣରୁ କାର୍ର ସମ୍ମୁଖ ପଟ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଘଟଣା ପରେ ସମସ୍ତଙ୍କୁ ମହୀଶୂରର ଜେଏସ୍ଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତେ ସାମାନ୍ୟ ଆହତ ହୋଇଥିବାବେଳେ ପ୍ରହ୍ଲାଦ ମୋଦିଙ୍କ ନାତିର ଗୋଡ଼ ଭାଙ୍ଗି ଯାଇଥିବା ସୂଚନା ମିଳିଛି ।