ଦୁଇ ବର୍ଷ ପରେ ଜମିବ ଗୋପାଳପୁର ବେଳାଭୂମି ମହୋତ୍ସବ

ଗୋପାଳପୁର: ଆଜିଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ । ଦୀର୍ଘ ଦୁଇ ବର୍ଷ ପରେ ଗୋପାଳପୁର ବେଳାଭୂମି ମହୋତ୍ସବ ଆରମ୍ଭ ହେଉଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ ହୋଇଛି । ମେଳାକୁ ପ୍ରାୟ ୩୨ଟି ସିସିଟିଭି କ୍ୟାମେରା ନିୟନ୍ତ୍ରଣ କରିବ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ସହ ବରିଷ୍ଠ ପୁଲିସ୍ ଅଧିକାରୀ ମୁତୟନ ରହିବେ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍ ।
୨୮ ତାରିଖ ଯାଏଁ ଏହି ମହୋତ୍ସବ ଚାଲିବ । ମହୋତ୍ସବରେ ବଲିଉଡ କଳାକାରଙ୍କ ସମେତ ଓଲିଉଡ କଳାକାରଙ୍କ ସମାଗମ ଦେଖିବାକୁ ମିଳଇବ । ଚଳିତ ଥର ୨୫୦ଟି ଷ୍ଟଲ ଖୋଲିବା ସହ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ହେଲେ ଏବେ କରୋନା ସତର୍କତା ନିୟମ ଆସିବା ପରେ ମହୋତ୍ସବ ପାଳନ ନେଇ ଆଶଙ୍କା ଦେଖାଦେଇଛି । ସେପଟେ ପ୍ରବଳ ଭିଡକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।