ଚାଷୀଙ୍କ ସମମ୍ୟାକୁ ନେଇ ଋଷିକୂଲ୍ୟା ରୟତ ମହାସଭାର ଦାବି

ବେଗୁନିଆପଡା: ଧାନମଣ୍ଡି ସମସ୍ୟାକୁ ନେଇ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦୀର୍ଘ ଦିନ ହେଲା ଚାଷୀ ଧାନ ଅମଳ କରି ଆନ୍ଧ୍ର ବେପାରୀଙ୍କୁ ବିକ୍ରୟ କରୁଥିଲେ ମଧ୍ୟ ସରକାର ଧାନ ମଣ୍ଡି ଖୋଲୁନ ଥିବାରୁ ଋଷିକୂଲ୍ୟା ରୟତ ମହାସଭା ବେଗୁନିଆପଡା ଶାଖା ତରଫରୁ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ।

ସେମାନଙ୍କ ଦାବି ହେଲା ବ୍ଲକରେ ଧାନ ମଣ୍ଡି ସମ୍ବନ୍ଧୀୟ ବୈଠକରେ ସରକାରୀ ନିୟମ ଅନୁସାରେ ମଣ୍ଡି ପଏଣ୍ଟ ଓ ପିପିସି ଜରିଆରେ ଧାନ କିଣାଯାଉ, ଆଇ.ବେଲପଡା, କେ.ରାଣୀପଡ଼ା, ବୁରୁଝରୀ, ସୁମଣ୍ଡଳ, କୋଦଳା ଏନ୍ଏସି, କେ. ବରିଡା, ଶ୍ରଦ୍ଧାପୁର ପାକସ କୌଣସି ଚାଷୀର ଟୋକେନ୍ ଲାପସ ନ ହେବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରିବା, ବ୍ଲକ ଏବଂ ସୋସାଇଟି ଜରିଆରେ ଟିକିନିଖି ସୂଚନା ଚାଷୀମାନଙ୍କୁ ଜଣାଇବା ବ୍ୟବସ୍ଥା କରାଯିବା ଭଳି ଅନେକ ଦାବି ରହିଛି । ଏ ନେଇ ରୟତ ମହାସଭା ପକ୍ଷରୁ କୋଦଳା ତହସିଲଦାରଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ସମୟରେ ମନୋଜ ସାହୁ, ଅରୁଣ ସ୍ୱାଇଁ, ଭଗବାନ ସାହୁ, ଜଗନ୍ନାଥ ପଣ୍ଡା, ରାମକୃଷ୍ଣ ଜେନା, ଗୋପୀନାଥ ସ୍ୱାଇଁ, ବ୍ରଜ ଚରଣ ପ୍ରଧାନଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ