ଓଡିଶା କ୍ରୀଡା

ହିନ୍ଦୋଳରେ ତୁଳସୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ପାଲଲହଡାର ବ୍ରଦର୍ସ ଇଲେଭେନ୍ ହେଲା ଚମ୍ପିୟାନ

ହିନ୍ଦୋଳ: ହିନ୍ଦୋଳ ଉପଖଣ୍ତତ ଅନ୍ତର୍ଗତ ହିନ୍ଦୋଳ ସଦରମହକୁମା ସ୍ଥିତ ମିନି ଷ୍ଟାଡିୟମରେ ୮ଟି ଦଳକୁ ନେଇ ଚାଲିଥିବା ତୁଳସୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହିନ୍ଦୋଳ କପ୍ ଉଦଯାପିତ ହୋଇଯାଇଛି । ସ୍ପୋର୍ଟ୍ସ ଆସିସିଏସନ ହିନ୍ଦୋଳ ଆନୁକୂଲ୍ୟରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବ୍ରଦର୍ସ ଇଲେଭେନ୍ ପାଲଲହଡା ଓ ଇମେଜ୍ ଇଲେଭେନ୍ ଭଦ୍ରଖ ପରସ୍ପରକୁ ଭେଟିଥିଲେ । ଇମେଜ୍ ଇଲେଭେନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୬ ଓଭରରେ ୯ ଓ୍ୱିକେଟ ହରାଇ ୧୪୧ ରନ ସଂଗ୍ରହ କରିଥିଲା । ଜବାବରେ ବ୍ରଦର୍ସ ଇଲେଭେନ୍ ପାଲଲହଡା ୧୪୨ ରନ୍ ବିଜୟ ଲକ୍ଷ୍ୟ ନେଇ ମାତ୍ର ୧୪.୪ ଓଭରରେ ୭ ଓ୍ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ଚଳିତ ବର୍ଷ ଚମ୍ପିୟାନ ହୋଇଥିଲା । ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ସ୍କୋରର ଭାବେ ତାପସ ଦାସ, ରାକେଶ ସାହୁ ଥିବାବେଳେ ବୁଦ୍ଧଦେବ ମହାରଣା ଧାରା ବିବରଣୀ ପ୍ରଦାନ କରିଥିଲେ । ଡ୍ୟାନ୍ସିଂ ଅମ୍ପୟାର ବବୁଲ ଏବଂ ଚିନ୍ମୟ ରଂଜନ ପତି ଖେଳ ପରିଚାଳନା କରିଥିଲେ ।

ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ଅଗ୍ରଣି ସ୍ୱେଛାସେବୀ ସଂଗଠନ ବିକାଶ ଫାଉଣ୍ତେସନର ଚେୟାରମ୍ୟାନ ମୃଦୁଳା ଠାକୁର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଏଥିରେ ସମାଜସେବୀ ଦୀପକ ଗୋଛାୟତ, ପ୍ରଦ୍ୟୁତ କୁମାର ବେହେରା, ଅଜୟ ଦାସ, ତରୁଣ ସାମଲ, ସୁଶିଲ ରାଉତ, ସନ୍ତୋଷ ଵେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମସ୍ତ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ରନର୍ସ ଅପ୍ ଦଳକୁ ନଗଦ ୨୩ ହଜାର ଟଙ୍କା ସହ ଟ୍ରଫି ଏବଂ ଚମ୍ପିୟାନ ବ୍ରଦର୍ସ ଇଲେଭେନ୍ ପାଲଲହଡାକୁ ନଗଦ ୪୦ ହଜାର ଟଙ୍କା ସହ ଚାମ୍ପିୟନ ଟ୍ରଫି ପ୍ରଦାନ କରାଯାଇଥିଲା । ଶେଷରେ ସଂପାଦକ ସୁଶାନ୍ତ କୁମାର ନାୟକ ସମସ୍ତଙ୍କୁ କୃତଜ୍ଞତା ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୋଳରୁ ସୁଜିତ କୁମାର ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା