ଓଡିଶା

ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସ ନାୟକଙ୍କ ଜିଲ୍ଲାସ୍ତରୀୟ ବୈଠକ

ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ ଭଦ୍ରକ ସ୍ୱୟଂ ଶାସିତ କଲେଜ ତଥା ବାଲେଶ୍ୱରର ଫକୀର ମୋହନ ସ୍ୱୟଂ ଶାସିତ କଲେଜ ଗସ୍ତ କରି ବିଭିନ୍ନ ଜିଲ୍ଲା ବୈଠକରେ ଯୋଗ ଦେଇଥିଲେ । ଭଦ୍ରକ ସ୍ବୟଂଶାସିତ କଲେଜର ଅନୁଷ୍ଠିତ ବୈଠକରେ ଆକାଶ ଦାସ ନାୟକଙ୍କ ସମେତ ବିଧାୟକ ସଂଜୀବ ମଲ୍ଲିକ, ମୋ କଲେଜର ସଂଯୋଜକ ଡ଼କ୍ଟର ଧୀରେନ୍ଦ୍ର ନାୟକ, କଲେଜ ଅଧ୍ୟକ୍ଷ ଡ଼କ୍ଟର ସୁବୋଧ ଚନ୍ଦ୍ର ମିଶ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ପ୍ରମୁଖ ଯୋଗ ଦେଇଥିଲେ ।

ସେହିପରି ଫକୀର ମୋହନ ସ୍ୱୟଂ ଶାସିତ କଲେଜର ଜିଲ୍ଲା ବୈଠକରେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ, ସ୍ଥାନୀୟ ବିଧାୟକ ସ୍ୱରୂପ କୁମାର ଦାସ, ଆଲୁମିନି ଆସୋସିଏସନର ସଭାପତି ପ୍ରଭାସ ଚୌଧୁରୀଙ୍କ ସମେତ ଅନ୍ୟାନ୍ୟ ଆଲୁମିନି ସଦସ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ବାଲେଶ୍ବର ଜିଲ୍ଲାର ୧୨ଟି କଲେଜ ଉକ୍ତ ବୈଠକରେ ଯୋଗ ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ଫକୀର ମୋହନ ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ “ମୋ କଲେଜ୍” ଅଭିଯାନର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ବିଦ୍ୟାର୍ଥୀଙ୍କ ପାରଦର୍ଶିତା ଲାଭ, ଶିକ୍ଷା, ସଂସ୍କୃତି, କ୍ରୀଡ଼ା, କଳା, ନେତୃତ୍ୱ ଗ୍ରହଣ, ସ୍ଵପ୍ନ ତଥା ଯୋଜନା ପ୍ରସ୍ତୁତି ଓ ସର୍ଜନଶୀଳତା କ୍ଷେତ୍ରରେ ସକାରତ୍ମକ ଭୂମିକା ସମ୍ପାଦନ, ଦେଶ ତଥା ରାଷ୍ଟ୍ର ଗଠନ ପ୍ରତି ବିଦ୍ୟାର୍ଥୀଙ୍କ ପ୍ରତିଶୃତିବଦ୍ଧତା, ସ୍ୱେଚ୍ଛାସେବୀ ମନୋଭାବ, ଦକ୍ଷତା, ବ୍ୟକ୍ତିତ୍ୱ ଓ ପ୍ରତିଭା ବିକାଶରେ କର୍ମଶାଳା ଆଯୋଜିତ ହୋଇଥିଲା । ସଚେତନ ପ୍ରୟାସ ଓ ପରିଣତି ସର୍ବୋପରି ପରିବେଶ ପ୍ରତି ଦାୟବଦ୍ଧତା, ଡିଜିଟାଲ୍ ଯୁଗର ବିଶେଷତ୍ଵ ସହିତ ନିଜକୁ ଗତିଶୀଳ ଓ ତ୍ୱରାନ୍ୱିତ କରିବା ଏବଂ ଯୋଗାଯୋଗ କ୍ଷେତ୍ରରେ ନିଜକୁ କୁଶଳୀ ଓ ପ୍ରବୀଣ କରିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଗୁରୁତ୍ଵ ଦେଇ ମୋ କଲେଜ୍ ଅଭିଯାନକୁ ସଫଳ କରିବା ଦିଗ ଉପରେ ଏଥିରେ ଆଲୋଚନା କରଯାଇଥିଲା ।

ଏଥିରେ ମୋ କଲେଜ ଅଧ୍ୟକ୍ଷ ନିଜ ଅଭିଭାଷଣରେ କହିଥିଲେ ଯେ, ବ୍ୟକ୍ତିର ସବୁଠାରୁ ଏକ ଅକର୍ଷଣୀୟ ମୁହୂର୍ତ୍ତ ହେଉଛି କଲେଜ ଜୀବନ; ଏହା ପ୍ରତ୍ୟକ ବ୍ୟକ୍ତିଙ୍କର ଜୀବନର ଏକ ସୁବର୍ଣ୍ଣମୟ ସମୟ । ନିଜକୁ ଅତୀତ ସହିତ ଯୋଡ଼ି ଭବିଷ୍ୟତ ପାଇଁ ଏକ ଉପଯୁକ୍ତ ମାର୍ଗ ପ୍ରସ୍ତୁତ କରିବାର ଲକ୍ଷ୍ୟ ନେଇ ମୋ କଲେଜ୍ ଅଭିଯାନ ଯୋଜନା ଆରମ୍ଭ ହୋଇଛି ।

ଏହି ଅବସରରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସସର ସନ୍ତୋଷ କୁମାର ତ୍ରୀପାଠି ନିଜ ବକ୍ତ୍ୟବରେ କହିଥିଲେ “ଫକୀର ମୋହନ ବିଶ୍ୱବିଦ୍ୟାଳୟ ନିଜର ସାମୁହିକ ଉନ୍ନତି ନିମନ୍ତେ ମୋ କଲେଜ ଅଭିଯାନର ସହଯୋଗିତା କାମନା କରୁଛି । ଅନୁଦାନ ହେଉଛି ତିନି ପ୍ରକାରର- ବିତିୟ,ବୌଦ୍ଧିକ ତଥା ସାମଗ୍ରୀ ଆକାରରେ । ବିତିୟ ଅନୁଦାନ ହିସାବରେ ଏହି ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ସବୁଠାରୁ ଅଧିକ ପାଣ୍ଠି ଯୋଗାଡ଼ କରିଛି ଯାହା ଦ୍ୱାରା କି ସବୁଠାରୁ ବଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ନିର୍ମାଣ ହେବ ତଥା ବୌଦ୍ଧିକ ଅନୁଦାନ ଅନ୍ତର୍ଗତ ଏକ ଇ-ପାଠାଗାରର ନିର୍ମାଣ କରIଯିବ । ଏବଂ ସାମଗ୍ରୀ ଅନୁଦାନ ଅନ୍ତର୍ଗତ ବିଶ୍ୱବିଦ୍ୟାଳୟର ଆଲୁମିନି ସାଂସାଦ ଇ-ରିକ୍ସା, ଡଷ୍ଟବିନ୍ ତଥା ଦିବ୍ୟାଙ୍ଗଙ୍କ ପାଇଁ ପୁଲ୍-ଅପ୍ ଚେୟାର ବିଶ୍ବବିଦ୍ୟାଳୟକୁ ଦାନ କରିଛନ୍ତି ।  

ଏହି ଅବସରରେ “ମୋ କଲେଜ୍” ଅଭିଯାନର ସଂଯୋଜକ ଡ. ଦେବଦତ୍ତ ଦାସ, ଫକୀର ମୋହନ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ, କୁଳସଚିବ କୁକୁମୀନା ଦାସ, ଫକୀର ମୋହନ ବିଶ୍ଵବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି ଡ. ଚୌଧୁରୀ ସତ୍ୟବ୍ରତ ନନ୍ଦ, ଫକୀର ମୋହନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ପୁରାତନ ଛାତ୍ରସଂସଦ ତଥା ଫକୀର ମୋହନ ବିଶ୍ଵବିଦ୍ୟାଳୟ ପ୍ରାକ୍ତନୀର ଉପସଭାପତି ଡ. ମୀନତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା