ହକି ବିଶ୍ବକପ୍ ମେଗା ଉଦଘାଟନୀ ଉତ୍ସବ ପାଇଁ ସଜେଇ ହେଉଛି ବାରବାଟୀ

କଟକ: ଜାନୁଆରୀ ୧୧ରେ ଅନୁଷ୍ଠିତ ହେବ କଟକ-ବାରବାଟୀରେ ବିଶ୍ବକପ ହକିର ମେଗା ଉଦଘାଟନୀ ଉତ୍ସବ । ଏଥିଲାଗି ବାରବାଟୀ ଷ୍ଟାଡିୟମ ବୁଲି ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ । ଅନୁଷ୍ଠିତ ସମୀକ୍ଷା ବୈଠକରେ କ୍ରୀଡା ସଚିବ ଭିନିଲ୍ କ୍ରିଷ୍ଣା, ବିଧାୟକ ସୌଭିକ ବିଶ୍ବାଳ, ବିଧାୟକ ଦେବୀ ରଂଜନ ତ୍ରିପାଠୀ, ମେୟର ସୁବାସ ସିଂ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, କଟକ ଡିସିପି, ସିଏମସି କମିସନରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୈଠକରେ ସମସ୍ତ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ଉଦଘାଟନୀ ଉତ୍ସବକୁ ସଫଳ କରିବା ପାଇଁ ଓସିଏ ଓ କ୍ରୀଡା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ । ଏଥିପାଇଁ ଟିକେଟ ଅନ୍ ଲାଇନରେ ବିକ୍ରି କରାଯିବ । ଉଦଘାଟନୀ ଉତ୍ସବ ପାଇଁ ସୌନ୍ଦର୍ୟ୍ୟକରଣ ଉପରେ ଅଧିକ ଧ୍ୟାନ ଦିଆଯାଉଛି । ସେଥିଲାଗି ଆସନ୍ତା ଜାନୁୟାରୀ ୧ରୁ ଜାନୁଆରୀ ୧୨ ପର୍ୟ୍ୟନ୍ତ ବାଲି ଓ ଗୋଡି ଗାଡି ଉପରେ କଟକଣା ଲାଗୁ କରାଯିବ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି ।
ସାଲେପୁରରୁ ଅଭୟ ଜେନା