ଓଡିଶା

ବେଗୁନିଆପଡା ସରସ୍ଵତୀ ଶିଶୁ ମନ୍ଦିରର ଏକବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବେଗୁନିଆପଡା: ବେଗୁନିଆପଡା ଶ୍ରୀ ହନୁମାନ ବିହାର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଏକବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିଶୁ ବିଦ୍ୟାମନ୍ଦିରର ସଭାପତି ଦନାଦ୍ଧନ ଆଚାରିଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଆୟୋଜିତ ସଭାରେ ବିଧାୟିକା ଅଭିଭାଷଣ ଦେଇ ଆଜିର ଶିଶୁ କାଲିର ଭବିଷ୍ୟତ ବୋଲି କହିବା ସହ ଶିକ୍ଷା କ୍ଷେତ୍ରରେ ଶିଶୁ ମନ୍ଦିରର ଗୁରୁଜୀ ଗୁରୁମା’ଙ୍କ ଶିକ୍ଷା ପଦ୍ଧତିକୁ ନେଇ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ କଞ୍ଚଣା ଗ୍ରାମପଞ୍ଚାୟତର ସରପଞ୍ଚ ଚିତ୍ରସେନ ଘୋଷ, ସମାଜସେବୀ ଗୋପାଳକୃଣ୍ଣ ରାଉତ, ବେଗୁନିଆପଡା ସରପଞ୍ଚ ପ୍ରତିନିଧି ଦଣ୍ଡୁ ପ୍ରଧାନ, ସମିତି ସଭ୍ୟ ପ୍ରତିନିଧି ଏ ସନ୍ତେଷ କୁମାର ପାତ୍ର, ଯୁଗ୍ମ ସଂପାଦକ ଏ.ଆନନ୍ଦ ରାଓ, ସଂପାଦକ ପଙ୍କଜ କୁମାର ବେହେରା ଉପସ୍ଥିତ ଥିଲେ ।

ବିଦ୍ୟାଳୟର ଉନ୍ନତିରେ ସହଯୋଗ କରିଥିବାରୁ ଚିତ୍ରସେନ ଘୋଷ, ଗୋପାଳକୃଷ୍ଣ ରାଉତ ଓ ସଂଗୀତ ଶିକ୍ଷକ ଗୋପାଳକୃଷ୍ଣ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶିଶୁମାନଙ୍କୁ ନେଇ ଏକ ସାଂସ୍କତିକ କାର୍ଯ୍ୟକ୍ରମ “ଦୁହିତା ଦୁଇ କୁଳର ହିତା” ନାଟକ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ଆୟୋଜିତ କ୍ରୀଡା ଓ ବିଭିନ୍ନ କାର୍ଯ୍ୟକ୍ରମରେ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା