ଓଡିଶା

ଚିନ୍ତା ବଢାଉଛି ଚର୍ମବିଣ୍ଡି ରୋଗ

ଗଜପତି: ଜିଲ୍ଲାରେ ଆତଙ୍କ ଖେଲାଇଛି ଚର୍ମବିଣ୍ଡି ରୋଗ । ଗଜପତି ଜିଲ୍ଲାରେ ଗାଈଗୋରୁମାନେ ଏହି ଚର୍ମବିଣ୍ଡି ରୋଗର ଶିକାର ହେଉଥିବାରୁ ଗୋ ପାଳକମାନେ ଚିନ୍ତାରେ । ଏହି ରୋଗରେ ଆକ୍ରାନ୍ତ ଗାଇ ଗୋରୁଙ୍କ ଦେହରେ ପ୍ରଥମେ ଆବୁ ଭଳି ଫୋକା ଫୋକା ଦେଖାଯାଇ ପରେ ଏହା ଘା ସୃଷ୍ଟି କରୁଛି । ଫଳରେ ଗାଈଗୋରୁମାନେ ଖାଦ୍ୟ ଖାଇବା ଛାଡ଼ି ଦେବା ସହ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ତେବେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ଆକ୍ରାନ୍ତ ଗାଈଗୋରୁଙ୍କ ସଂଖ୍ୟା ୮୦ କୁହାଯାଉଥିଲେ ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ଅଧିକ ବୋଲି କହିଛନ୍ତି ଚାଷୀ ତଥା ଗୋପାଳକ ।

ପୂର୍ବରୁ ଅନ୍ୟ ରାଜ୍ୟ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚର୍ମବିଣ୍ଡି ରୋଗ ବ୍ୟାପି ଥିବାବେଳେ ଏହା ଏବେ ଗଜପତି ଜିଲ୍ଲାରେ ବ୍ୟାପିବାରେ ଲାଗିଛି । ପାରଳାଖେମୁଣ୍ଡି ସମେତ ଜିଲ୍ଲାର ଗୋଷାଣୀ, କାଶୀନଗର, ଗୁମ୍ମା, ରାୟଗଡ ଏବଂ ନୂଆଗଡ ଆଦି ବିଭିନ୍ନ ବ୍ଲକରେ ଏହି ରୋଗ ବ୍ୟାପିବାରେ ଲାଗିଛି । ଯାହାକୁ ନେଇ ଏବେ ଚିନ୍ତାରେ ଗୋପାଳକ । ପଡୋଶୀ ଆନ୍ଧ୍ରରେ ରୋଗ ବ୍ୟାପିବା ପରେ ଗୋଚାଲାଣ ଓ ବିକ୍ରିରେ ରୋକ ଲଗାଇବା ସହ ପ୍ରାଣୀଧନ ବିଭାଗ ଭକ୍ସିନେସନ କାର୍ଯ୍ୟ ଜାରି ରଖିଛି । ଏଥିସହ ଆକ୍ରାନ୍ତ ଗାଈଗୋରୁଙ୍କୁ ସଙ୍ଗରୋଧରେ ରଖିବା ସହ ତୁରନ୍ତ ଚିକିତ୍ସା କରାଗଲେ ସେମାନେ ସୁସ୍ଥ ହୋଇପାରିବେ ବୋଲି ପରାମର୍ଶ ଦେଇଛି । ତେଣୁ ଏଥିପ୍ରତି ଆତଙ୍କିତ ନ ହୋଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରାଣୀଧନ ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ଚର୍ମବିଣ୍ଡି ସଂକ୍ରମଣରେ ଶିକାର ହୋଇଥିବା ଗାଇଗୋରୁ ମାଲିକମାନେ କହିଛନ୍ତି ଯେ, ପ୍ରାଣୀଧନ ବିଭାଗ ପକ୍ଷରୁ ସ୍ୱଳ୍ପ କେତେକ ଔଷଧ ମାଗଣାରେ ଦିଆଯାଇଥିବାବେଳେ ବହୁମାତ୍ରାରେ ଔଷଧ ବାହାରୁ କ୍ରୟ କରିବାକୁ ପଡୁଛି । ଫଳରେ ଗୋଚାଷୀଙ୍କୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଏ ନେଇ ପ୍ରାଣୀଧନ ବିଭାଗ ପକ୍ଷରୁ ସହାୟତା ପାଇଁ ଅନୁରୋଧ କରିଛନ୍ତି ଗୋଚାଷୀ ।

ଗଜପତିରୁ ବିବେକାନନ୍ଦ ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା