ଓଡିଶା

ପୋଲିସ ପଞ୍ଝାରେ କୁକ୍ଷାତ ଅପରାଧୀ ଟୁନା ହରିଜନ

କୋଟପାଡ଼: କୋଟପାଡ଼ ପୋଲିସକୁ ବଡ ସଫଳତା । ପୋଲିସ ପଞ୍ଝାରେ କୁକ୍ଷାତ ଅପରାଧୀ ଟୁନା ହରିଜନ । କୋରାପୁଟ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲାରେ ଜଡିତ ଥିଲା ଟୁନା ହରିଜନ । ଦୀର୍ଘଦିନ ଧରି ଟୁନାକୁ ଧରିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରୁଥିଲା । ଶେଷରେ ନବରଙ୍ଗପୁର ଜିଲ୍ଲାର ମୈଦଲପୁର ଅଞ୍ଚଳରୁ ଟୁନାକୁ କାବୁ କରିବାରେ ସକ୍ଷମ ହୋଇଛି ପୋଲିସ । ଟୁନା ସହ ପୋଲିସ ତାର ୪ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି । ସମସ୍ତଙ୍କୁ ସେଠାରୁ କୋଟପାଡ଼ ଥାନାକୁ ଅଣାଯାଇ ଅଧିକ ପଚରା ଉଚରା ଜାରି ରଖିଛି ପୋଲିସ । ଏ ନେଇ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି ବୋରିଗୁମ୍ମା ଏସଡିପିଓ ମଧୁସିକ୍ତା ମିଶ୍ର ।

ଗତ ନଭେମ୍ବର ମାସ ୨୬ରେ କୋଟପାଡ଼ ସୌରା ସାହି ଅଞ୍ଚଳର ଜଣକ ଘରେ ଚୋରି ହୋଇଥିଲା । ଏ ନେଇ ପୋଲିସ ୨୩୯/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଚୋରିରେ ସମସ୍ତ ସଦସ୍ୟ ସାମିଲ ଥିବା ପୋଲିସ ସୂଚନା ଦେଇଛି । ସେମାନଙ୍କ ନିକଟରୁ ୫ଟି ମୋବାଇଲ, ସୁନା ଓ ରୂପ ଅଳଙ୍କାର ସମେତ ବିଭିନ୍ନ ପ୍ରକାରର ମାରଣାସ୍ତ୍ର, ଦୁଇଟି ବାଇକ ଏବଂ ନଗତ ତିନି ହଜାର ଟଙ୍କା ଜବତ କରିଛି ପୋଲିସ । ଟୁନା ସେହି ଦଳର ମାଷ୍ଟରମାଇଣ୍ଡ ଥିବାବେଳେ ସେମାନଙ୍କ ନାମରେ ଅବିଭକ୍ତ କୋରାପୁଟ, କଳାହାଣ୍ଡି ଏବଂ ଛତିଶଗଡ଼ରେ ଚୋରି ଡକାୟିତ ଭଳି ୫୦ରୁ ଉର୍ଦ୍ଧ୍ବ ଅପରାଧ ମାମଲା ରହିଛି । ଏହି ଡକାୟତି ଦଳ ରୀତିମତ ଭାବେ ଅପରାଧରେ ଜଡିତ ଥିବାବେଳେ ଗ୍ୟାଙ୍ଗର ଜଣେ ସଦସ୍ୟ ଗଞ୍ଜେଇ ଚାଲାଣ ମାମଲାରେ ଜଡିତ ଥିବା ମଧ୍ୟ ସୂଚନା ମିଳିଛି । ଏମାନଙ୍କୁ କଳାହାଣ୍ଡି ଏବଂ କୋରାପୁଟ ପୋଲିସ ଦୀର୍ଘ ଦିନ ହେବ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ତେବେ ଦୀର୍ଘଦିନ ପରେ ଏମାନଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇଛି ବୋଲି କହିଛନ୍ତି ବୋରିଗୁମ୍ମା ଏସଡିପିଓ ।

କୋରାପୁଟରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା