ଓଡିଶା

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ଦଣ୍ଡ ଦେଇଥିବା ଚର୍ଚ୍ଚା

ହିନ୍ଦୋଳ: ହିନ୍ଦୋଳ ଜନଶୁଣାଣୀ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କ ପ୍ରଶଂସା । ହିନ୍ଦୋଳରେ ଚର୍ଚ୍ଚିତ ଟେଣ୍ଡର ଫିକ୍ସିଂ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଜନଶୁଣାଣୀ ଅଭିଯୋଗ ପ୍ରକୋଷ୍ଠରେ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍ ଶ୍ରୀନିବାସ ଷ୍ଟେଜ୍ ତଳେ ବସିବା ଘଟଣା ଏବେ ଆଉ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କାର୍ଯ୍ୟନିର୍ବାହୀ ଅଧିକାରୀ ଷ୍ଟେଜ୍ ତଳେ ନିଜେ ବସିଥିଲେ ନା ତାଙ୍କ କାର୍ଯ୍ୟକଳାପ କରାଣରୁ ତାଙ୍କୁ ଜିଲ୍ଲାପାଳ ତଳେ ବସିବା ପାଇଁ କହିଥିଲେ ତାକୁ ନେଇ ଚର୍ଚ୍ଚା ସରଗରମ ରହିଛି ।

ସୂଚନା ଅନୁସାରେ ହିନ୍ଦୋଳ ବ୍ଲକ ପରିସରରେ ଥିବା ସଭାଗୃହରେ ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ମିଳିତ ଜନଅଭିଯୋଗ ଶୁଣାଣୀରେ ହିନ୍ଦୋଳ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଷ୍ଟେଜ ତଳେ ବସିଥିଲେ । ସବୁବେଳେ ଷ୍ଟେଜ୍ ଉପରେ ବସୁଥିବା ଲୋକକୁ ଷ୍ଟେଜ୍ ତଳେ ଦେଖି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ହିନ୍ଦୋଳରେ ହେଉଥିବା ଦୁର୍ନୀତି କାରଣରୁ ଜିଲ୍ଲାପାଳ ତାଙ୍କୁ ଏଭଲି ଦଣ୍ଡ ଦେଇଥାଇପାରନ୍ତି ବୋଲି ସାଧାରଣରେ କୁହାକୁହି ହେଉଥିବା ଶୁଣିବାକୁ ମିଳିଛି । ଅପରପକ୍ଷେ ଏହି ଘଟଣା ଏବେ ହିନ୍ଦୋଳର ଗଳିକନ୍ଦିରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହାକୁ ନେଇ ହିନ୍ଦୋଳବାସୀଙ୍କ ମଧ୍ୟରେ ଖୁସିର ଚମକ ଦେଖିବାକୁ ମିଳିଛି ।

ଆୟୋଜିତ ମିଳିତ ଜନଅଭିଯୋଗ ଶୁଣାଣୀ ଶିବିରରେ ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁ, ତହସିଲଦାର ସୁଶାନ୍ତ ମିଶ୍ର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସିଡିଏମ୍ଓ, ହିନ୍ଦୋଳ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ୪୨ଟି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୩୯ଟି ନିଜସ୍ଵ ଏବଂ ୩ଟି ସାମୁହିକ ଅଭିଯୋଗ ରହିଥିଲା । ଏଥିରେ ରେଡ଼କ୍ରସ ତରଫରୁ ୧୩ ହଜାର ଟଙ୍କାର ସହାୟତା ରାଶି ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ମିଳିତ ଜନଅଭିଯୋଗ ଶୁଣାଣୀ ଶାନ୍ତି ପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିବାବେଳେ ହିନ୍ଦୋଳବାସୀ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର ଓ ଆରକ୍ଷୀ ଅଧିକାରୀଙ୍କୁ ଏ ନେଇ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଢେଙ୍କାନାଳରୁ ସୁଜିତ କୁମାର ବେହେରାଙ୍କ ସହ ଗୋପବନ୍ଧୁ ବାରିକ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା