ଖଣ୍ଡାୟତ କାଳଞ୍ଜି ସମାଜର କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ମର୍ଦମେଖସ୍ଥିତ ଗୋପୀନାଥ ମହାପ୍ରଭୁଙ୍କ ପ୍ରାଙ୍ଗଣରେ ଖଣ୍ଡାୟତ କାଳଞ୍ଜି ସମାଜର କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମାଜକୁ ସୁଦୃଢ କରିବା ସହ ସାମାଜିକ ସେବାରେ କାର୍ଯ୍ୟ କରିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । କାଳଞ୍ଜି ସମାଜର ସଭାପତି ଭାବେ ନୀଳକଣ୍ଠ ତରେଇ, ଉପସଭାପତି ଭାବେ ଦୀପକ କୁମାର ବିଷୋୟୀ ଓ ସମ୍ପାଦକ ଭାବେ ରବୀନ୍ଦ୍ର ନାଥ ଗୌଡ଼ଙ୍କୁ ଚୟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଦେବରାଜ ଭୂୟାଁ, ମହେଶ୍ୱର ଭୂୟାଁ, ଯୋଗେନ୍ଦ୍ର ବିଷୋୟୀ, ପ୍ରଭାକର ନାୟକ, ଗୌରୀ ଶଙ୍କର ସୁମନ୍ତରାୟ, ମର୍ଦମେଖ ସରପଞ୍ଚ ପ୍ରତିନିଧି ହୃଷିକେଶ ମେହେଣା, ବ୍ଲକ ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ଘୋଡାପଡା ସରପଞ୍ଚ ନୃସିଂହ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସୂଚନା ଅନୁସାରେ ମର୍ଦମେଖ, ଘୋଡାପଡା ପଞ୍ଚାୟତ ଓ କୋଦଳା ଏନ୍ଏସିକୁ ନେଇ ଗୋପୀନାଥ ଖଣ୍ଡାୟତ କାଳଞ୍ଜି ସମାଜ ଗଠନ କରାଯାଇଛି ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ