ଓଡିଶା

କେନ୍ଦ୍ରୀୟ ଯୋଜନା ବାଟମାରଣା ବିରୋଧରେ ବିକ୍ଷୋଭ

ବେଗୁନିଆପଡା: କେନ୍ଦ୍ରୀୟ ଯୋଜନା ବାଟମାରଣା ଏବଂ ପଞ୍ଚାୟତରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବୁରୁଝୁରୀ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲା ଭାରତୀୟ ଜନତା ପାର୍ଟି । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କୃଷକ ମୋର୍ଚ୍ଚା, ରାଜ୍ୟ ବିଜେପି ପରିଷଦ ସଦସ୍ୟ ପ୍ରତାପ ନାୟକଙ୍କ ନେତୃତ୍ବରେ ବିଜେପି କାର୍ଯ୍ୟକର୍ତ୍ତା, ଦଳୀୟ ପଦାଧିକାରୀ ଓ ସାଧାରଣ ଜନତା ଏହି ଘେରାଉରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

ପଞ୍ଚାୟତରେ ତୁରନ୍ତ ଧାନମଣ୍ଡି ଖୋଲାଯିବା ସହ ଏହାର ପରିଚାଳନା ସାଙ୍ଗକୁ ଉପଯୁକ୍ତ ମୂଲ୍ୟରେ ଧାନ କ୍ରୟ କରିବାକୁ ଦାବି କରାଯାଇଛି । ପାନୀୟ ଜଳର ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରତି ଘରେ ଘରେ ଜଳ ଯୋଗାଣ, ରାସନ କାର୍ଡର ଅନିୟମିତତା, ସଠିକ୍ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ, କିଶାନ ସମ୍ମାନ ନିଧି ଯୋଜନାରେ ଏହି ପଞ୍ଚାୟତର ଚାଷୀମାନଙ୍କ ନାମ ପଞ୍ଜୀକରଣ, କେନାଲକୁ ସଂପ୍ରସାରଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ, ବୁରୁଝୁରୀ ପଞ୍ଚାୟତର କୌଣସି ପୋଖରୀକୁ ଆଦର୍ଶ ପୋଖରୀରେ ସାମିଲ କରିବା, ଡ୍ରେନ ପୁନରୁଦ୍ଧାର ସହ ନୂତନ ଡ୍ରେନ ନିର୍ମାଣ, ପି ନୂଆଁ ଗାଁଠାରୁ ହରିଜନ ସାହି ରାସ୍ତାର ମରାମତି, ଉଠା ଜଳସେଚନ ପ୍ରଦାନ ଓ ପଞ୍ଚାୟତରେ ଏକ କଲ୍ୟାଣ ମଣ୍ଡପ ଦାବି ଭଳି ୧୨ ଦଫା ଦାବି ନେଇ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ପଞ୍ଚାୟତ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଏକ ଦାବି ପତ୍ର ପଞ୍ଚାୟତ ପିଇଓଙ୍କୁ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ବେଗୁନିଆପଡ଼ା ବ୍ଳକ ଓ କବିସୂର୍ଯ୍ୟନଗର ବ୍ଲକର ପ୍ରତି ପଞ୍ଚାୟତରେ ଏଭଳି ଆନ୍ଦୋଳନ କରାଯିବ ବୋଲି ବିଜେପି ନେତା ଶ୍ରୀ ନାୟକ କହିଛନ୍ତି ।

ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା