ଓଡିଶା

୧୪ ଦିନରେ ଗଲାଣି ୧୦ଜଣ ଶିଶୁଙ୍କ ଜୀବନ, ଅନ୍ଧାରରେ ବାଡି ବୁଲାଉଛି ସ୍ବାସ୍ଥ୍ୟ ବିଭାଗ

ବୋରିଗୁମ୍ମା ବ୍ଲକରେ ଥମୁନି ନବଜାତ ଶିଶୁ ମୃତ୍ୟୁ ମାମଲା । ତଦନ୍ତ ପାଇଁ ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚିଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଟିମ୍ । ଟିମ୍ ମେମ୍ବରମାନେ ହେଲେ ଏପିଡେମିଓ ଲୋଜିଷ୍ଟି ସୁନିତା ଜେନା, CDMO ଦାଇତ୍ୱରେ ଥିବା ଡାକ୍ତର ପ୍ରଶାନ୍ତ କୁମାର ସାମଲ, DHHର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦୁର୍ଗାପ୍ରସାଦ ପାତ୍ର । ବୋରିଗୁମ୍ମା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ପହଞ୍ଚି ଉକ୍ତ ଟିମ୍ ନବଜାତ ଶିଶୁ ମୃତ୍ୟୁର ସମସ୍ତ ରିପୋର୍ଟକୁ ତଲାସି କରୁଛନ୍ତି । ଏହାସହ ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ହରପ୍ରସାଦ ପାଣିଗ୍ରାହୀଙ୍କ ସହ ଆଲୋଚନା କରି ସମସ୍ତ ଗାଁ ଗାଁ କୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

ଗତ ଡିସେମ୍ବର ମାସ ଦୁଇ ତାରିଖରୁ ବ୍ଲକରେ ଶିଶୁ ମୃତ୍ୟୁ ସଂଖ୍ୟା ବଢି ବଢି ଏବେ ୧୦ ରେ ପହଞ୍ଚିଲାଣି । ରାଜ୍ୟର ସବୁଠାରୁ ବଡ ବ୍ଲକ ବୋଲାଉଥିବା ଏହି ଅଂଚଳରେ ହଠାତ୍ ଶିଶୁ ମୃତ୍ୟୁ କାହିଁକି ହେଉଛି ତାହାର କାରଣ ଏଯାବତ୍ ଜଣାପଡିନାହିଁ । ଏ ନେଇ କୋରାପୁଟରୁ ୪ଜଣିଆ ଡାକ୍ତରୀ ଦଳ ବୋରିଗୁମ୍ମା ପହଞ୍ଚି ମୃତ ପରିବାର ନିକଟରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ  କାରଣ ଖୋଜିବା ପାଇଁ ମୃତ ଶିଶୁର ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି।

ଚଳିତ ମାସ ୨ତାରିଖରୁ ବ୍ଲକର ନୂଆଗୁଡାରୁ ୩ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଖବର ସମ୍ନାକୁ ଆସିଥିଲା । ପରେ ବୋରିଗୁମ୍ମା ବଙ୍କା ସାହିରୁ ଜଣେ, ସଶାହାଣ୍ଡିରୁ ଦୁଇଜଣ ଶିଶୁ, ନାରୀଗାରୁ ଜଣେ, ବି ବାଲିଗୁଡାରୁ ଜଣେ, ଅଂଚଳାରୁ ଜଣେ ଏବଂ ପାଟିଆସିଲରୁ ଜଣେ ଶିଶୁଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଏ ସବୁ ଶିଶୁଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ଏ ନେଇ ବିଶେଷଜ୍ଞ ଦଳ ଗାଁର ଜଳ ନମୁନା ସଂଗ୍ରହ କରି ଲ୍ୟାବକୁ ପରୀକ୍ଷା ପାଇଁ ପଠାଇଥିବା ଜଣାପଡିଛି । ସେପଟେ ନବଜାତ ଶିଶୁଙ୍କୁ ଜନ୍ମର ଏକ ମାସ ପର୍ଯ୍ୟନ୍ତ ଅଧିକ ଯତ୍ନ ନେବା ଦରକାର ଏବଂ ଏଥିଲାଗି ମା ବାପା ସେତିକି ସଚେତନ ହେବା ଦରକାର ବୋଲି କହିବା ସହ ସ୍ୱାସ୍ଥ୍ୟ କର୍ମୀଙ୍କୁ ସହଯୋଗ କରିବା ପାଇଁ କହିଛନ୍ତି ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଦୁର୍ଗା ପ୍ରସାଦ ପାତ୍ର ।

ଅପରପକ୍ଷେ ଶିଶୁ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଯଦି ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା ତଥ୍ୟ ସାମ୍ନାକୁ ଆସେ ତେବେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି CDMO ଦାଇତ୍ୱରେ ଥିବା ଡାକ୍ତର ପ୍ରଶାନ୍ତ ସାମଲ । ବୋରିଗୁମ୍ମାରେ ଥମୁନି ଶିଶୁ ମୃତ୍ୟୁ ହାର । ୧୪ ଦିନରେ ଗଲାଣି ୧୦ଜଣ ଶିଶୁଙ୍କ ଜୀବନ । ଏପର୍ଯ୍ୟନ୍ତ ଶିଶୁ ମୃତ୍ୟୁର କାରଣ ଖୋଜି ନପାରି ଅନ୍ଧାରରେ ବାଡ଼ି ବୁଲାଉଛି ସ୍ୱାସ୍ଥ୍ୟ ବିଭାଗ ।

ବୋରିଗୁମ୍ମାରୁ ବିଘ୍ନେଶ୍ୱର ଷଡ଼ଙ୍ଗୀ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା