ନୃତାଙ୍ଗ ସରପଞ୍ଚ ରମାକାନ୍ତ ବରାଳଙ୍କ ପରଲୋକ

କଟକ: କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୁର୍ବତନ ଅଧକ୍ଷ ସ୍ବର୍ଗତଃ କୁଳମଣୀ ବରାଳଙ୍କ ସୁପୁତ୍ର ତଥା ନୃତାଙ୍ଗ ପଞ୍ଚାୟତର ସରପଞ୍ଚ ରମାକାନ୍ତ ବରାଳଙ୍କ ପରଲୋକ ହୋଇଛି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଏହି ଖବର ଜଣାପଡିବା ପରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ରମାକାନ୍ତଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଶତାଧିକ ଲୋକ ତଥା ରମାକାନ୍ତଙ୍କ ଶୁଭେଚ୍ଛୁ ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ । ପରେ ମରଶରୀରକୁ ଏକ ବିଶାଳ ଶୋଭାଯାତ୍ରାରେ ଆଣି ପଞ୍ଚାୟତ ପରିକ୍ରମା କରି ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ରମାକାନ୍ତ ବରାଳଙ୍କ ପୁତ୍ର ଅର୍କଦ୍ୱିତ୍ତି ବରାଳ ମୁଖାଗ୍ନି ଦେଇଥିଲେ ।
ରମାକାନ୍ତଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ, ବିଜେପି ନେତା ଆଶ୍ରିତ ପଟ୍ଟନାୟକ, ଭକ୍ତ ବର୍ଷଳ ବସ୍ତିଆ, କଟକ ଜିଲ୍ଲା ମହିଳା ସଭାନେତ୍ରୀ ଯାଜ୍ଞସେନୀ ଜେନା, ମଣ୍ଡଳ ସଭାନେତ୍ରୀ କଲ୍ୟାଣୀ ସେଠୀ, ରୁଷି କୁମାର ରାଉତ, ଅରୁଣ କୁମାର ସେଠୀ, ଭକ୍ତ ଚରଣ ସାହୁ, ରଞ୍ଜନ କୁମାର ରାଉତ, ଯୁବ ମୋର୍ଚ୍ଚା ସଭାପତି ସୁରେଶ ବଳ, ଲଲାଟେନ୍ଦୁ ପ୍ରଧାନ, ଅମିତାଭ ପଣ୍ଡା, ରଶ୍ମିରଞ୍ଜନ ସ୍ବାଇଁଙ୍କ ସମେତ ବହୁ ବରିଷ୍ଠ ରାଜନେତା ପହଞ୍ଚି ସ୍ବର୍ଗତଃ ରମାକାନ୍ତ ବରାଳଙ୍କ ଶେଷ ଦର୍ଶନ କରିଥିଲେ ।
ସାଲେପୁରରୁ ଅଭୟ ଜେନା