ଦିନିକିଆ କର୍ମଶାଳାରେ ପିଲାଙ୍କୁ ମିଳିବ ସିନେମା ସମ୍ପର୍କିତ ଜ୍ଞାନ…

ଭୁବନେଶ୍ବରସ୍ଥିତ ଷ୍ଟେଟ୍ ଟ୍ରାଇବାଲ ମ୍ୟୁଜିୟମରେ ଅନୁଷ୍ଠିତ ହେଉଛି ଡିପ୍ଲୋମା ଫିଲ୍ମ ଫେଷ୍ଟିଭାଲ୍ । ଆୟୋଜିତ ଏହି ଦିନିକିଆ ଫିଲ୍ମ ଉତ୍ସବରେ ଓଡିଶା ସରକାରଙ୍କ ଏକମାତ୍ର ଚଳଚ୍ଚିତ୍ର ଅନୁଷ୍ଠାନ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ଆଲୁମୁନାଇ ତରଫରୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ୨୦୨୨ ମସିହା ପାଇଁ ପ୍ରସ୍ତୁତ ଶ୍ରେଷ୍ଠ ୧୦ ଟି ଚଳଚିତ୍ର ତଥା:
୧:- ଅସ୍ତରାଗ
୨:- Lost &Found
୩:- ଆମ୍ମା ଲଜ୍
୪:- ଅର୍ଦ୍ଧ
୫:- ବାପା
୬:- ଭଗବାନଙ୍କ ଡାକଘର
୭:- The Genie
୮:- ଶେଷ ବସନ୍ତର ଚିଠି
୯:- The Untold Story ଏବଂ
୧୦:- ସାଥୀ
ଭଳି ଭିନ୍ନ ଧର୍ମୀ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି । ଏହା ସହିତ ଅନୁଷ୍ଠାନର ଆଲୁମିନାଇ ଯୁବ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରାମାଣିକ ଚଳଚ୍ଚିତ୍ର “ଶ୍ରୀକ୍ଷେତ୍ରରୁ ସାହିଜାତ”ର ସ୍ୱତନ୍ତ୍ର ପ୍ରଦର୍ଶନ କରାଯିବ ବୋଲି ଜଣାପଡିଛି ।
ଆୟୋଜିତ ଉତ୍ସବରେ ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦେଶକ ତଥା ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ, ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ନିର୍ଦ୍ଦେଶକ ଦୀପ୍ତି ମିଶ୍ର ଏବଂ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଦେବାଶିଷ ଘୋଷଲ ପ୍ରମୁଖ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗଦେଇ ଚଳଚ୍ଚିତ୍ର ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ଜୟଦେବ ପୁରସ୍କାରପ୍ରାପ୍ତ ତଥା ପ୍ରଥମ ଓଡିଆ ରଙ୍ଗୀନ ଚଳଚ୍ଚିତ୍ରର ସିନେମାଟୋଗ୍ରାଫର ସୁରେନ୍ଦ୍ର ସାହୁ ଏବଂ ଖ୍ୟାତନାମା ନିର୍ଦ୍ଦେଶକ ସୁଶାନ୍ତ ମିଶ୍ର ଓ ଅନେକ ସିନେ ନିର୍ଦ୍ଦେଶକ, ପ୍ରଯୋଜକ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କ ସହ ସିନେମା ସମ୍ପର୍କିତ ତଥ୍ୟ ଆଲୋଚନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ