ଓଡିଶା

ନାତି ହେଲା ବଇରୀ, ଟଙ୍କା ପାଇଁ ରଚିଲା ହତ୍ୟା ଯୋଜନା

କଟକ: ଗୃହ ଭେଦୀ ବିଭିଷଣ । ଯାହାକୁ ଭାବିଥିଲେ ନିଜର ସେ ହିଁ ରଚିଲା ମୃତ୍ୟୁର ତାଣ୍ଡବ । ସାମନ୍ୟ ସୁନା ଏବଂ ପଇସା ଲୋଭରେ ସମ୍ପର୍କୀୟ ନାତି ଭୁଲିଗଲା ସ୍ନେହ ପ୍ରେମର ବନ୍ଧନ । ଯିଏ ପାଳି ପୋଷି ବଡ଼ କରିଥିଲେ ଶେଷରେ ତାଙ୍କୁ ହିଁ ଚୋଟ ମାରିଲା । ସମ୍ପର୍କର ମାନେ ବୁଝିଲାନି ସମ୍ପର୍କୀୟ ନାତି । ସମ୍ପତ୍ତି ଲୋଭରେ ଅନ୍ଧ ହୋଇ ସମ୍ପର୍କୀୟ ଜେଜେବାପା, ଜେଜେମା’ଙ୍କୁ ରାସ୍ତାରୁ ସଫା କରିବାକୁ କଲା ଯୋଜନା କଲ। । ଖାଲି ସେତିକି ନୁହେଁ । ହତ୍ୟା ପରେ କେମିତି ପୋଲିସ କବଳରୁ ବଞ୍ଚିବ ସେ ନେଇ ମଧ୍ୟ ରଚନା କରିଥିଲା କାହାଣୀ । ହେଲେ କାହାଣୀକୁ ସଠିକ ଢଙ୍ଗରେ ଦୃଶ୍ୟପଟ୍ଟରେ ପରିଣତ କରିପାରିଲାନି ସମ୍ପର୍କୀୟ ନାତି । ଆଉ ଶେଷରେ ସବୁ କଥା ପୋଲିସ ଆଗରେ ମାନି ଯାଇଛି ହତ୍ୟାକାରୀ ନାତି ।

କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ଗତକାଲି ଘଟିଥିବା ହୃଦୟବିଦାରକ ଘଟଣା ଏବେ ନୂଆ ରୂପ ନେଇଛି । ଅଣ୍ଟି ଛୁରୀ ତଣ୍ଟି କାଟିଥିବା ଏବେ ସ୍ପଷ୍ଟ ହୋଇଛି । ଅପରପକ୍ଷେ ଘଟଣାର ମୁଖ୍ୟ ଅଭିଯୁକ୍ତ ସମ୍ପର୍କୀୟ ନାତିକୁ ପୋଲିସ ଅଟକ ରଖିଛି ।

ସୂଚନା ଅନୁସାରେ, ଗତ ଗୁରୁବାର ବିଳମ୍ବିତ ରାତିରେ ନିଜ ଘରେ ଥିବା ବେଳେ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇ ପଡ଼ିଥିଲେ ହୃଷିକେଶ ମୁଦୁଲି । ଅତ୍ୟଧିକ ରକ୍ତସ୍ରାବ ହେତୁ ନିଜ ଘରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ତେବେ ତାଙ୍କ ପତ୍ନୀ କନକଲତା ଏବେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଟଙ୍କା, ସୁନା ଲୁଟ୍ ଉଦ୍ଦେଶ୍ୟରେ ଘରେ ୪ ଦୁର୍ବୃତ୍ତ ପଶି ଏପରି କାଣ୍ଡ ଭିଆଇଥିବା ପ୍ରଥମେ ତାଙ୍କ ସମ୍ପର୍କୀୟ ନାତି ଓଁକାର ସମସ୍ତଙ୍କୁ କହିଥିଲା ।

ପୋଲିସର ଘନ ଘନ ଜେରା ପରେ କିନ୍ତୁ ସବୁ ସତ ଉଗାଳିଛି ଓଁକାର । କେବଳ ଟଙ୍କା, ସୁନା ପାଇଁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛି । ଏପରିକି ନିଜେ ଏକୁଟିଆ ହିଁ ଏହି ସମସ୍ତ କାମ କରି ସେଥିରୁ ବର୍ତ୍ତିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା କଥା ମଧ୍ୟ କହିଛି । ହେଲେ ପୋଲିସର ଅଡ଼ୁଆ ପ୍ରଶ୍ନ ଆଗରେ ହାର ମାନିଗଲା ଓଁକାରର ଚାଲାକି, ଆଉ ହତ୍ୟା ପଛର ସବୁ ସତ୍ୟ ଉଗାଳି ଦେଇଛି ।

ଓଁକାରର ବୟାନ ମୁତାବକ, ପ୍ରଥମେ ୪ ଜଣ ଦୁର୍ବୃତ୍ତ ଘରେ ପଶି ସବୁ ସୁନା, ଟଙ୍କା ଲୁଟି ଜେଜେଙ୍କୁ ଓ ଜେଜେମା’ଙ୍କୁ ଆକ୍ରମଣ କରିଥିବା ଘଟଣା ସେ ପୋଲିସ ଆଗରେ କହିଥିଲା । କେବଳ ସେତିକି ନୁହେଁ, ଭୟଭୀତ ହୋଇଯାଇଥିବାରୁ ପଡ଼ୋଶୀଙ୍କୁ ବି ବିଳମ୍ବରେ ଡାକିଥିବା କହିଥିଲା । ତେବେ ଗାଁ ଭିତରେ ଦୁର୍ବୃତ୍ତ ପଶି ମରଣାସ୍ତ୍ରରେ ଆକ୍ରମଣ କରି ପଳାଇଯାଇଥିବା ଘଟଣାରେ ଗାଁ ଲୋକେ ଟେର ନ ପାଇବା ତଥା ପାଖରେ ଜଣେ ବୃଦ୍ଧା ଛଟପଟ ହେଉଥିବା ବେଳେ ପ୍ରାୟ ଘଣ୍ଟାଏ ପରେ ସାହାଯ୍ୟ ମାଗିବାକୁ ଘଟଣାକୁ ନେଇ ପୋଲିସର ସନ୍ଦେହ ବଢ଼ିଥିଲ ।

ଏହାପରେ ପୋଲିସ ଘଟଣାର ତନାଘନା କରି ଓଁକାରଙ୍କୁ ପଚରାଉଚରା କରି ସବୁ ସତ ବାହାର କରିଛି । ଆଜି ଅପରାହ୍ନରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ସବୁ କିଛି ତଥ୍ୟ ରଖିବ ବୋଲି ଜଣାପଡିଛି ।

ସାଲେପୁରରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା