ଓଡିଶା

ଚିହ୍ନା ଲୋକ ଭାବି ରାତି ଅଧରେ କବାଟ ଖୋଲିଲେ, ଆଉ ଆକ୍ରମଣରେ ଚାଲିଗଲେ…

କଟକ: କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ଜଣଙ୍କ ଘରେ ପଶି ଡକାୟତି କରିବା ସହ ବୃଦ୍ଧ ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ମାରଣାସ୍ତ୍ର ଚୋଟରେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ବୃଦ୍ଧାଜଣକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତାଙ୍କୁ କଟକ ବଡ଼ ମେଡିକାଲରେ  ଭର୍ତ୍ତି କରାଯାଇଛି । ମୃତ ବୃଦ୍ଧ ଜଣକ ହେଲେ ହୃଷିକେଶ ମୁଦୁଲି । ଦୁର୍ବୃତ୍ତଙ୍କ ଆକ୍ରମଣରେ ତାଙ୍କ ପତ୍ନୀ କନକଲତା ଗୁରୁତର ହୋଇପଡ଼ିଛନ୍ତି । ଅପରପକ୍ଷେ ବୃଦ୍ଧ ଦମ୍ପତ୍ତିଙ୍କ ନାତି ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଥିବା ଜଣାପଡିଛି ।  

ସୂଚନା ଅନୁସାରେ ବିଳମ୍ବିତ ରାତିରେ ହୃଷିକେଶ ତାଙ୍କ ପତ୍ନୀ ଏବଂ ନାତି ଓଁକାର ଘରେ ଶୋଇଥିଲେ । ଏହି ସମୟରେ କେହି ଜଣେ ହୃଷିକେଶଙ୍କ ନାମ ଧରି ତାଙ୍କ କବାଡ ବାଡେଇଥିଲେ । ଚିହ୍ନା ଲୋକ ଭାବି ସେ କବାଟ ଖୋଲିବାରୁ ତାଙ୍କୁ ଦୁର୍ବୃତ୍ତ ମରଣାସ୍ତ୍ରରେ ଆକ୍ରମଣ କରିବା ସହ ଘରୁ ଅନେକ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଲୁଟପାଟ୍ କରି ନେଇଥିବା ଜଣାପଡିଛି । ତେବେ ଦୁର୍ବୃତ୍ତମାନେ ହୃଷିକେଶଙ୍କୁ ଆକ୍ରମଣ କରୁଥିବା ଦେଖି ତାଙ୍କ ପତ୍ନୀ ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଫଳରେ ସେ ମଧ୍ୟ ଗୁରୁତର ଆହତ ହୋଇ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଅପରପକ୍ଷେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବୃଦ୍ଧ ଦମ୍ପତିଙ୍କ ନାତି ଓଁକାର ସାମାନ୍ୟ ଆହତ ହେବା ସହ ଭୟଭୀତ ହୋଇପଡ଼ିଥିଲେ । ତେଣୁ ସେ ଚିତ୍କାର କରି ନ ପାରି ଘରେ ଚୁପଚାପ ରହିଥିଲେ ।

ଖବର ପ୍ରଚାରିତ ହେବା ପରେ ହୃଷିକେଶଙ୍କ ଘର ଆଗରେ ଗାଁ ଲୋକଙ୍କ ଗହଳି ଜମିଥିଲା । ତୁରନ୍ତ କନକଲତାଙ୍କୁ କଟକ ବଡ ମେଡିକାଲ ପଠାଯାଇଥିବା ବେଳେ ତାଙ୍କ ସହ ଓଁକାରଙ୍କୁ ବି ଚିକିତ୍ସା ପାଇଁ ପଠାଯାଇଛି । ଖବର ପାଇ ନେମାଳ ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସାଲେପୁରରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା