୧୯୮୫ ମସିହାର ରେକର୍ଡ ବ୍ରେକ୍ କରିବାକୁ ଯାଉଛି ବିଜେପି !

ଗୁଜରାଟରେ ଭୋଟ ଗଣତି ଯେମିତି ଆଗେଇ ଚାଲିଛି ସେମିତି ରାଜନୈତିକ ଦଳ ମଧ୍ୟରେ ହାରଜିତକୁ ନେଇ କ୍ରେଜ ବି ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କିଛି ସ୍ଥାନରେ ଭୋଟ ଗଣତି ଶେଷ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଗଣତି ଶେଷ ପର୍ୟ୍ୟାୟରେ ପହଞ୍ଚି । ଏବେ ପର୍ୟ୍ୟନ୍ତ ସାମ୍ନାକୁ ଆସିଥିବା ରେଜଲ୍ଟ ଅନୁସାରେ, ଗୁଜରାଟର ୧୮୨ଟି ବିଧାନସଭା ଆସନରୁ ବିଜେପି ୧୫୮ ସ୍ଥାନରେ ଲିଡ୍ କରୁଛି । ଚଳିତଥର ଗୁଜୁରାଟରେ ବିଜେପି ରେକର୍ଡ ଆସନରେ ବାଜିମାତ୍ କରିବା ସହ ଏକପ୍ରକାରର ସ୍ପଷ୍ଟ ହୋଇଛି ।
୧୯୮୫ ମସିହାରେ ମାଧବ ସିଂହ ସୋଲାଙ୍କିଙ୍କ ନେତୃତ୍ବରେ ଗୁଜୁରାଟରେ ୧୮୩ ଆସନରୁ କଂଗ୍ରେସ ୧୪୯ ଆସନରେ ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଥିଲା । ଏହି ରେକର୍ଡକୁ ଏବେ ବିଜେପି ଭାଙ୍ଗିବାକୁ ଯାଉଛି । ଏହା ସହ ଗୁଜୁରାଟରେ ଦଳ ସପ୍ତମଥର ପାଇଁ କ୍ଷମତା ହାସଲ କରିବାକୁ ଯାଉଛି ।
ନିର୍ବାଚନୀ ପ୍ରଚାରବେଳେ ବିଜେପି ଦଳ ଏଠାରେ ୧୫୦ରୁ ଅଧିକ ଆସନ ଜିତିବ ବୋଲି ଦମ୍ଭୋକ୍ତି କରିଥିଲା । ଏହି ଦମ୍ଭୋକ୍ତି ମଧ୍ୟ ସତ ହେବାକୁ ଯାଉଛି । ଅପରପକ୍ଷେ ଆପ୍ ଏଥର ଗୁଜୁରାଟରେ କ୍ଷମତାସୀନ ହେବ ବୋଲି ଯେଉଁ ଦମ୍ଭୋକ୍ତି ରଖିଥିଲା ତାହା ଭୁଲ୍ ପ୍ରମାଣିତ ହୋଇଛି । ଗୁଜୁରାଟରେ ଆପ୍ ୫ଟି ଆସନରେ ଆଗୁଆ ରହିଥିବାବେଳେ ୨୦୧୭ରେ ୭୭ଟି ଆସନ ଜିତିଥିବା କଂଗ୍ରେସ ଏଯାଏଁ ୧୬ଟି ଆସନରେ ଆଗୁଆ ରହିଛି । ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗରେ ଅଛନ୍ତି । ଗୁଜରାଟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୯୨ ।