ପଦ୍ମପୁର ତୃତୀୟ ପର୍ଯ୍ୟାୟରେ ବର୍ଷାଙ୍କ ଫ୍ୟାନ୍ !

ପଦ୍ମପୁର ଉପନିର୍ବାଚନରେ ଆଜି ଚାଲିଛି ଭୋଟ ଗଣତି ଚାଲିଛି । କିଏ ହାତେଇବ ପଦ୍ମପୁର ମୁକୁଟ ତାକୁ ନେଇ ସମସ୍ତେ ଚାହିଁ ରହିଛନ୍ତି । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଅର୍ଥାତ୍ ତୃତୀୟ ରାଉଣ୍ଡ ଗଣତି ଶେଷ ହୋଇଛି । ପ୍ରଥମ ରାଉଣ୍ଡ, ଦ୍ୱିତୀୟ ରାଉଣ୍ଡ ଭଳି ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ୫୭୬୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୫୯୧୬, ବିଜେପିକୁ ୧୦୧୫୦ ଓ କଂଗ୍ରେସକୁ ୪୭୦ ଭୋଟ୍ ମିଳିଛି ।
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୫୫୦୧ ଖଣ୍ଡ ଭୋଟ୍ ମିଳିଥିଲା । ବିଜେପିକୁ ୩୭୮୯ ଓ କଂଗ୍ରେସକୁ ୨୦୬ ଖଣ୍ଡ ଭୋଟ୍ ମିଳିଥିଲା । ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଛି ।
ଦ୍ବିତୀୟ ରାଉଣ୍ଡରେ ବିଜେଡିକୁ ୫୦୯୭ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୩୧୯୦ ଓ କଂଗ୍ରେସକୁ ୧୬୦ ଖଣ୍ଡ ଭୋଟ୍ ମିଳିଥିଲା । ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୩୬୧୯ ଖଣ୍ଡ ଭୋଟରେ ଆଗୁଆ ରହିଛି ।
ତୃତୀୟ ରାଉଣ୍ଡରେ ବିଜେଡିକୁ ୫୩୧୮ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୩୧୭୧ ଓ କଂଗ୍ରେସକୁ ୧୦୮ ଖଣ୍ଡ ଭୋଟ୍ ମିଳିଥିଲା । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୫୭୬୬ ଖଣ୍ଡ ଭୋଟରେ ଆଗୁଆ ରହିଛି ।
ବିଜେଡିରୁ ବର୍ଷା ସିଂ ବରିହା ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି । ମୋଟ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ଘୋଷଣା କରାଯିବ ।