କାମ କଲା କି ନବୀନଙ୍କ କ୍ୟାମ୍ପେନ୍ ?

ପଦ୍ମପୁର ଉପନିର୍ବାଚନରେ କିଏ ହାତେଇବ ପଦ୍ମପୁର ମୁକୁଟ ତାକୁ ନେଇ ସମସ୍ତେ ଚାହିଁ ରହିଛନ୍ତି । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ୮୧୭୮ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ।
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୫୫୦୧ ଖଣ୍ଡ ଭୋଟ୍ ମିଳିଥିଲା । ବିଜେପିକୁ ୩୭୮୯ ଓ କଂଗ୍ରେସକୁ ୨୦୬ ଖଣ୍ଡ ଭୋଟ୍ ମିଳିଥିଲା । ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଛି ।
ଦ୍ବିତୀୟ ରାଉଣ୍ଡରେ ବିଜେଡିକୁ ୫୦୯୭ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୩୧୯୦ ଓ କଂଗ୍ରେସକୁ ୧୬୦ ଖଣ୍ଡ ଭୋଟ୍ ମିଳିଥିଲା । ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୩୬୧୯ ଖଣ୍ଡ ଭୋଟରେ ଆଗୁଆ ରହିଛି ।
ତୃତୀୟ ରାଉଣ୍ଡରେ ବିଜେଡିକୁ ୫୩୧୮ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୩୧୭୧ ଓ କଂଗ୍ରେସକୁ ୧୦୮ ଖଣ୍ଡ ଭୋଟ୍ ମିଳିଥିଲା । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୫୭୬୬ ଖଣ୍ଡ ଭୋଟରେ ଆଗୁଆ ରହିଛି ।
ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୨୧୮୩୭ ଖଣ୍ଡ ଭୋଟ୍ ମିଳିଛି । ବିଜେପିକୁ ୧୩୬୫୯ ଓ କଂଗ୍ରେସକୁ ୬୧୬ ଖଣ୍ଡ ଭୋଟ୍ ମିଳିଛି ।
ବିଜେଡିରୁ ବର୍ଷା ସିଂ ବରିହା ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି । ମୋଟ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ଘୋଷଣା କରାଯିବ ।