ଓଡିଶାରେ କଣଠେସା ଦଳ କି କଂଗ୍ରେସ !

ପଦ୍ମପୁର ଉପନିର୍ବାଚନ ଲାଗି ଚାଲିଛି ଭୋଟ୍ ଗଣତି । ଷଷ୍ଠ ରାଉଣ୍ଡ ଶେଷେ ସୁଦ୍ଧା ବି ଏକ ହଜାର ଛୁଇଁ ପାରିଲାନି କଂଗ୍ରେସ । ପଦ୍ମପୁରରେ କେବଳ ବିଜେଡି- ବିଜେପି ମଧ୍ୟରେ ଜାରି ରହିଛି ଫାଇଟ୍ । ମୁକୁଟକୁ ହାତେଇବା ପଥରେ ଆଗୁଆ ରହିଛନ୍ତି ବିଜେଡିର ବର୍ଷା ସିଂହ ବରିହା । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ଷଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ୧୦୭୦୪ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୩୧୮୮୬, ବିଜେପିକୁ ୨୧୧୮୨ ଏବଂ କଂଗ୍ରେସକୁ ୯୭୦ ଖଣ୍ଡ ଭୋଟ ମିଳିଛି ।
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୫୫୦୧ ଖଣ୍ଡ ଭୋଟ୍ ମିଳିଥିଲା । ବିଜେପିକୁ ୩୭୮୯ ଓ କଂଗ୍ରେସକୁ ୨୦୬ ଖଣ୍ଡ ଭୋଟ୍ ମିଳିଥିଲା । ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଛି ।
ଦ୍ବିତୀୟ ରାଉଣ୍ଡରେ ବିଜେଡିକୁ ୫୦୯୭ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୩୧୯୦ ଓ କଂଗ୍ରେସକୁ ୧୬୦ ଖଣ୍ଡ ଭୋଟ୍ ମିଳିଥିଲା । ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୩୬୧୯ ଖଣ୍ଡ ଭୋଟରେ ଆଗୁଆ ରହିଛି ।
ତୃତୀୟ ରାଉଣ୍ଡରେ ବିଜେଡିକୁ ୫୩୧୮ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୩୧୭୧ ଓ କଂଗ୍ରେସକୁ ୧୦୮ ଖଣ୍ଡ ଭୋଟ୍ ମିଳିଥିଲା । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୫୭୬୬ ଖଣ୍ଡ ଭୋଟରେ ଆଗୁଆ ରହିଛି ।
ଚତୁର୍ଥ ରାଉଣ୍ଡରେ ବିଜେଡିକୁ ୫୯୨୧ ଖଣ୍ଡ ଭୋଟ୍ ମିଳିଥିବେଳେ ବିଜେପିକୁ ୩୫୦୯ ଓ କଂଗ୍ରେସକୁ ୧୪୨ ଖଣ୍ଡ ଭୋଟ୍ ମିଳିଛି । ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୮୧୭୮ ଖଣ୍ଡ ଭୋଟରେ ଆଗୁଆ ରହିଛି ।
ପଞ୍ଚମ ରାଉଣ୍ଡରେ ବିଜେଡିକୁ ୪୩୬୧ ଖଣ୍ଡ ଭୋଟ୍ ମିଳିଥିବେଳେ ବିଜେପିକୁ ୪୧୫୭ ଓ କଂଗ୍ରେସକୁ ୨୨୯ ଖଣ୍ଡ ଭୋଟ୍ ମିଳିଛି । ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୮୩୮୨ ଖଣ୍ଡ ଭୋଟରେ ଆଗୁଆ ରହିଛି ।
ଷଷ୍ଠ ରାଉଣ୍ଡରେ ବିଜେଡିକୁ ୫୬୮୮ ଖଣ୍ଡ ଭୋଟ୍ ମିଳିଥିବେଳେ ବିଜେପିକୁ ୩୩୬୬ ଓ କଂଗ୍ରେସକୁ ୧୨୫ ଖଣ୍ଡ ଭୋଟ୍ ମିଳିଛି ।
ବିଜେଡିରୁ ବର୍ଷା ସିଂ ବରିହା ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି । ମୋଟ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ଘୋଷଣା କରାଯିବ ।