ଓଡିଶା

ପଦ୍ମପୁର ଉପନିର୍ବାଚନ: କାହା ସପକ୍ଷରେ ରହିବ ଜନତାଙ୍କ ରାୟ

ପଦ୍ମପୁରରେ ନେତା ବାଛୁଛନ୍ତି ଜନତା । ଚଳିତ ବର୍ଷର ଶେଷ ମତଦାନ ଆଜି ଅନୁଷ୍ଠିତ ହେଉଛି । ତେବେ ସବୁଠି ଗୋଟିଏ ଚର୍ଚ୍ଚା ପଦ୍ମପୁର ହେବ କାହାର । ଜନତା କାହା ଉପରେ କରିବେ ଭରଷା । ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏହା ଅପରାହ୍ଣ ୪ଟା ଯାଏ ଚାଲିବ ।

ପଦ୍ମପୁର ନିର୍ବାଚନ ମଣ୍ଡଳୀର ମୋଟ୍ ୩୧୯ ବୁଥରେ ୨ ଲକ୍ଷ ୬୯ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି । ସେଥିମଧ୍ୟରୁ ୧ ଲକ୍ଷ ୩୦ ହଜାର ୩୩୧ ପୁରୁଷ ଓ ୧ ଲକ୍ଷ ୨୮ ହଜାର ୯୮୧ ମହିଳା ଭୋଟର ଅଛନ୍ତି । ଭୋଟ ଗ୍ରହଣ ପାଇଁ ମୋଟ ୧୨୭୬ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ସମ୍ବେଦନଶୀଳ ୭୯ଟି ବୁଥ୍ ଏବଂ ମାଓ ଅଧ୍ୟୁଷିତ ୭୪ଟି ବୁଥ୍ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।

ମୋଟ ୧୨୦ ବୁଥରେ ୱେବ୍ କାଷ୍ଟିଂ ବ୍ୟବସ୍ଥା ସାଙ୍ଗକୁ ୬୬ଟି ବୁଥ୍ ସିସିଟିଭି ସର୍ଭେଲାନ୍ସ ଭିତରେ ରହିଛି । ସୁରକ୍ଷା ବ୍ୟବସ୍ଥାରେ ୨୦୬ ପୋଲିସ ଅଫିସର, ୨୧ ପ୍ଲାଟୁନ୍ ସଶସ୍ତ୍ର ପୋଲିସ ଫୋର୍ସକୁ ମିଶାଇ ମୋଟ ୧୪୧୩ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ୯ କମ୍ପାନି କେନ୍ଦ୍ରୀୟ ଫୋର୍ସ ମଧ୍ୟ ନିୟୋଜିତ ଅଛନ୍ତି । ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ୪୪ ଜଣ ସେକ୍ଟର ଅଧିକାରୀଙ୍କୁ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ ଦିଆଯାଇଛି । 

ପଦ୍ମପୁରରେ ବିଜେଡି ବର୍ଷା ସିଂ ବରିହା ପ୍ରାର୍ଥୀ ଥିବାବେଳେ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ଏବଂ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରାଯାଇଛି । ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁର ଆସନ ଖାଲି ପଡ଼ିଥିଲା । ଆଜି ମତଦାନ ଶେଷ ହେବା ପରେ ୮ ତାରିଖରେ ଗଣତି ହେବ । ଆଉ ସେହିଦିନ ଜଣା ପଡ଼ିବ ଏଥର କାହା ସପକ୍ଷରେ ରହିବ ଜନତାଙ୍କ ରାୟ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା