ଓଡିଶା

ଆଜି ନିଯୁକ୍ତି ପାଇଲେ ୭୧ ହଜାର ଆଶାୟୀ

ଦେଶର ବିକାଶରେ ନୂତନ ଶକ୍ତି ସଂଚାର କରିବା ସହ ଯୁବଶକ୍ତିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ନେଇ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର । ଏ ନେଇ ଦେଶବ୍ୟାପୀ ଚାଲିଛି ନିଯୁକ୍ତି ମେଳା । ଆଜି ନିଯୁକ୍ତି ମେଳା ମାଧ୍ୟମରେ ସେ ୭୧ ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ୧୦ଲକ୍ଷ ଆଶାୟୀଙ୍କୁ ଚାକିରି ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ୪୫ଟି ସ୍ଥାନରେ ୭୧ ହଜାର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି । ମଙ୍ଗଳବାର ସକାଳ ୧୦ଟା ୩୦ରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଏହି ନିଯୁକ୍ତିପତ୍ର ବିତରଣ ହୋଇଛି । ସମସ୍ତ ନିଯୁକ୍ତି ୟୁପିଏସସି, ଏସଏସସି ଓ ରେଲୱେରେ କରାଯାଉଛି ।

ସ୍ୱତନ୍ତ୍ର ଅନଲାଇନ୍ ସିଷ୍ଟମ ଦ୍ୱାରା ଖାଲି ପଦବୀ ଓ ନିଯୁକ୍ତି ପ୍ରକ୍ରିୟାର ଅନୁଧ୍ୟାନ କରାଯାଉଛି । ଖାସ୍ କରି ମହିଳା, ଦିବ୍ୟାଙ୍ଗ ଓ ଆଶାୟୀ ଜିଲ୍ଲାର ପ୍ରାର୍ଥୀମାନଙ୍କ ପାଇଁ ବିଶେଷ ଲାଭ ହୋଇପାରିବ । ଏହି ରୋଜଗାର ମେଳା ଅଧୀନରେ ୨୦୨୨ ଅକ୍ଟୋବରରେ ୭୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ହୋଇସାରିଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା