ଓଡିଶା

ମାଡିଗଲା ଟ୍ରେନ୍, ଚାଲିଗଲା ୩ ଜଣଙ୍କ ଜୀବନ

ଯାଜପୁର କୋରେଇରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହାତ ହୋଇଛନ୍ତି । ମୃତକମାନେ ହେଲେ ମାଆ-ଝିଅ ପାର୍ବତୀ ବିନ୍ଧାଣୀ ଓ କଣ୍ଢେଇ ବିନ୍ଧାଣୀ ଏବଂ ଅନ୍ୟ ଜଣେ ମହିଳା ଅବଜୁଲ ବିବି । ଆଜି ସକାଳେ ଭଦ୍ରକ-କପିଳାଶ ରୋଡ଼ କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୮ଟି ବଗି ଲାଇନଚ୍ୟୁତ ହୋଇଛି । ୫୪ଟି ବଗିରୁ ୮ଟି ବଗି ଲାଇନଚ୍ୟୁତ ହୋଇ ଫ୍ଲାଟଫର୍ମ ଉପରକୁ ମାଡ଼ିଯାଇଥିଲା ଟ୍ରେନ । ଷ୍ଟେସନ ଫୁଟ ଓଭର ବ୍ରିଜ, ଟିକେଟ କାଉଣ୍ଟର ଉପରେ ଚଢ଼ିଯାଇଛି ମାଲବାହୀ ଟ୍ରେନ । ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଯିବାରୁ ଲୋକଙ୍କ ମୃତ୍ୟୁ ହୋଇଛି । ବଗି ତଳେ ଅନେକ ଲୋକ ଚାପି ହୋଇ ରହିଥିବା ସୂଚନା ରହିଛି । ଘଟଣାସ୍ଥଳରେ ଆରପିଏଫ, ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ପ୍ରାୟ ୧୦ଟି ଜେସିବି ନିୟୋଜିତ ଅଛି । ଟ୍ରାକ୍‌ ଉପରେ ଏଣେତେଣେ ପଡ଼ିଥିବା ବଗିକୁ ଉଠାଇବାକୁ ପ୍ରାଥମିକତା ଦିଆଯାଉଛି ।

ଅପରପକ୍ଷେ ସ୍ଥିତି ଅନୁଧ୍ୟାନ କରିବା ପାଇଁ କୋରେଇରେ ପହଞ୍ଚିଛନ୍ତି ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀ ।  ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ହୋଇଛି । କେଉଁ କାରଣ ପାଇଁ ଏତେ ବଡ଼ ଦୁର୍ଘଟଣା ହେଲା ସେ ନେଇ ତଦନ୍ତ ହେଉଛି । ତାସହ ରୁଟ୍ ଓ ପ୍ଲାଟଫର୍ମର ମରାମତି କରାଯାଉଛି ।

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହେବାରୁ ଉଭୟ ଲାଇନ ବ୍ଲକ ହୋଇଯାଇଛି । ଏହି ଦୁର୍ଘଟଣା ଯୋଗୁଁ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଟ୍ରାକ୍‌ ନଷ୍ଟ ହୋଇ ଯାଇଥିବା ଜଣାପଡିଛି । ଏଥିପାଇଁ ୮ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୧୨ଟି ଟ୍ରେନ୍‌ର ମାର୍ଗ ପରିବର୍ତ୍ତନ କରାଯାଇଛି । ସେହିପରି ୫ଟି ଟ୍ରେନକୁ ଆଶିଂକ ବାତିଲ କରାଯାଇଛି ।

ଏହି ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।

ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ଖବର ଅତ୍ୟନ୍ତ ଦୁଃଖଦାୟକ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ସେହିପରି ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଘଟଣାସ୍ଥଳକୁ ଯାଇ ତଦାରଖ କରିବାକୁ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା