ଓଡିଶା

5T ରୂପାନ୍ତରଣ ବିଦ୍ୟାଳୟର ଅନୁଧ୍ୟାନ କରୁଛନ୍ତି ଜିଲ୍ଲାସ୍ତରୀୟ ଅଧିକାରୀ

ଗଜପତି: 5T ରୂପାନ୍ତରଣ ବିଦ୍ୟାଳୟର ଅନୁଧ୍ୟାନ କରୁଛନ୍ତି ଜିଲ୍ଲାସ୍ତରୀୟ ଅଧିକାରୀ । ଗଜପତି ଜିଲ୍ଲାର ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗୋଟିଏ ଟିମ୍ ଗୁମ୍ମା ବ୍ଲକସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଅନୁଧ୍ୟାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆସି ବିଦ୍ୟାଳୟର 5T ରୂପାନ୍ତରଣ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି । ଏହି ସମୟରେ ଜିଲ୍ଲାପାଳ ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ ଓ ଆଧୁନିକ ବିଜ୍ଞାନଗାର ଦେଖି ନିଜର ଖୁସି ବ୍ୟକ୍ତ କରିଥିଲେ । ଏହି ସମୟରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନଶିକ୍ଷକ, ପି.ଆର୍.ଆଇ ସଦସ୍ୟଙ୍କୁ ବିଦ୍ୟାଳୟ କାର୍ଯ୍ୟକୁ ଉଦାହରଣ ମାନି ନିଜ ନିଜ ଅଞ୍ଚଳର ଥିବା ବିଦ୍ୟାଳଗୁଡିକରେ ଏଭଳି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହ ବିଦ୍ୟାଳୟରେ ଚାଲିଥିବା ଏଲ୍.ଆର୍.ପି କାର୍ଯ୍ୟକ୍ରମ ଦେଖି ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିଥିଲେ । ବିଦ୍ୟାଳୟ ନିରିକ୍ଷଣ ସମୟରେ ଗୁମ୍ମା ଶିକ୍ଷାଧିକାରୀ ନୟନ କୁମାର ମଣ୍ଡଳ, ଗୁମ୍ମା ବ୍ଲକ ଉନ୍ନୟନ ଅଧିକାରୀ, ବ୍ଲକ ଚେୟାରମେନ ସୁନେମି ମଣ୍ଡଳ, ଜୀବା ସରପଞ୍ଚ ଏଡେଙ୍ଗା ଶବର, ମୋରୀୟମ ରଇତ ଓ ବ୍ଲକର ଅନ୍ୟାନ୍ୟ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ 5T ରୂପାନ୍ତରିକରଣର ଉପାଦେୟତା ଓ ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଏହାର ଭୂମିକା ବିଷୟରେ ବୁଝାଇଥିଲେ ।

ଗଜପତିରୁ ବିବେକାନନ୍ଦ ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା