ଓଡିଶା

ବିଜେଡି କହୁଛି ଆମେ ବିକାଶ କରୁଛୁ, ହେଲେ ଗ୍ରାମବାସୀଙ୍କ ସ୍ବର ହୀନସ୍ତା ହେଉଛୁ !

ବିକାଶର ଚିତ୍ରକୁ ନେଇ ପ୍ରଚାର ପ୍ରସାର କରୁଛି ବିଜେଡି । ରାଜ୍ୟକୁ ଗରିବମୁକ୍ତ କରିବା ପାଇଁ ଅଭିଯାନ ମଧ୍ୟ ଚଳାଇଛି । ଏହା ସହ ନିକଟରେ ଜନସମ୍ପର୍କ ପଦଯାତ୍ରା କରି ଲୋକଙ୍କ ନିକଟତର ହୋଇଛନ୍ତି ବିଜେଡି ନେତା ଓ କର୍ମୀ । ହେଲେ ଏ ଚିତ୍ର ଦେଖିବା ପରେ ଲାଗୁନି ଯେ ଜନତାଙ୍କ ସେବାରେ କାର୍ଯ୍ୟ କରୁଛନ୍ତି ଦଳୀୟ ନେତା ଓ କର୍ମୀ । ଜନସମ୍ପର୍କ କେବଳ ଲୋକଦେଖାଣିଆ ଭଳି ମନେ ହେଉଛି । କାରଣ ବିକାଶ ତ ଦୂରର କଥା ଏ ଅଞ୍ଚଳର ଦୃଶ୍ୟ ଦାରିଦ୍ର୍ୟଠାରୁ ମଧ୍ୟ ହୀନ ।

ଏହାବାଦ୍ ହାସ୍ୟସ୍ପଦ କଥା ହେଉଛି ଏ ଅଞ୍ଚଳ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ଅନ୍ତର୍ଗତ ଅଞ୍ଚଳ ଅଟେ । ଆଉ ଗୁରୁତ୍ବପୂର୍ଣ୍ଣ କଥା ହେଲା ହିନ୍ଦୋଳ ଏନ୍ଏସି ହେବା ଦିନଠାରୁ ସେଠିକାର ଚେୟାରମ୍ୟାନ୍ ପଦ ବିଜେଡି ହାତକୁ ଯାଉଛି । ତେବେ ଏଠି ଆମର ପ୍ରଶ୍ନ ବିଜେଡି, ଉକ୍ତ ଅଞ୍ଚଳର ବିକାଶ ପାଇଁ କରିଛି କଣ । ନା ଲୋକଙ୍କୁ କେବଳ ଉପର ଦେଖାଣିଆ ଆଶ୍ବସନା ଦେଇ ଭୋଟ ହାତେଇବାରେ ବ୍ୟସ୍ତ ରହିଛନ୍ତି ଦଳୀୟ କର୍ମୀ ।

ଗାଁର ନାମ ଖରମୁଳ । ଏହା ହିନ୍ଦୋଳ ଏନ୍ଏସି ଅନ୍ତର୍ଗତ ୧୬ ନମ୍ବର ୱାର୍ଡ଼ । ବିଶେଷ କରି ଏଠିକାର ବାସିନ୍ଦା କନ୍ଧ ସମ୍ପ୍ରଦାୟର ଅଟନ୍ତି । ଉକ୍ତ ଅଞ୍ଚଳରେ ଅନେକ ଲୋକ ଦିନ ମଜୁରିଆ ଭାବେ ଅବା ଦାଦନ ଭାବେ ଖଟି ପରିବାର ପ୍ରତିପୋଷଣ କରନ୍ତି । ଚର୍ତୁପାର୍ଶ୍ଵ ବଣ ଜଙ୍ଗଲରେ ଘେରା । ଉକ୍ତ ଅଞ୍ଚଳ ହାତୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ଦିନରେ ମଧ୍ୟ ଏହି ଗାଁକୁ ଯିବା କାଠିକାର ପାଠ । ତେବେ ଏତେ ସବୁ ବାଧାବିଘ୍ନ ସତ୍ତ୍ବେ ଆମ ପ୍ରତିନିଧି ସୁଜିତ୍ କୁମାର ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ ପାଇଁ ସେହି ଗାଁକୁ ଯାଇଥିଲେ । ଆଉ ଗାଁକୁ ଯାଇ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରିବା ପରେ ଜଣାପଡିଲା ଯେ, ଏହି ଅଞ୍ଚଳବାସୀ ଆଜି ବି ତାଙ୍କର ମୌଳିକ ସୁବିଧାରୁ ବଞ୍ଚିତ ।

ଗାଁକୁ ଗମନାଗମନ ସୁବିଧା ନଥିବାବେଳେ ସରକାରୀ ଭତ୍ତା କିମ୍ବା ରାସନ ଚାଉଳ ପାଇଁ ଲୋକଙ୍କୁ ଯିବାକୁ ପଡେ ୧୦ କିଲୋମିଟର ରାସ୍ତା । ଘୋଡା ଛଅ ଟଙ୍କାକୁ ଦାନା ନଅ ଟଙ୍କା ଭଳି, ଯିବା ଆସିବାରେ ଭତ୍ତା ଟଙ୍କାର ପ୍ରାୟ ଅର୍ଦ୍ଧେକ ଭାଗ ସରିଯାଏ । ଅପରପକ୍ଷେ ଏହି ଅଞ୍ଚଳ ହାତୀ ଉପଦ୍ରବ ଅଞ୍ଚଳ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ବନ ବିଭାଗର କର୍ମଚାରୀ ମଣିଷ ଜୀବନର ସୁରକ୍ଷା ପାଇଁ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ନେଇ ନଥିବା କହିଛନ୍ତି ଗ୍ରାମବାସୀ । ଫଳରେ କାଳେ ରାସ୍ତାରେ ହାତୀ ପଡିଯିବା ଆଶଙ୍କା ନେଇ ଉକ୍ତ ରାସ୍ତା ଦେଇ ଦିନରେ ବି ଯିବାକୁ ଭୟ କରନ୍ତି ଗ୍ରାମବାସୀ । ଆଉ ବର୍ଷା ଦିନ କଥା ନ କହିବା ଭଲ । ଟାପୁ ଭିତରେ ଜୀବନ ଅତିବାହିତ କଲା ଭଳି ଜୀବନ ବିତାନ୍ତି ଗ୍ରାମବାସୀ । ଯଦି କେହି ଗ୍ରାମବାସୀ ଅସୁସ୍ଥ ହୁଏ ତେବେ କଥା ସରିଲା । ତେବେ ଗ୍ରାମବାସୀଙ୍କ ସହ କଥାବର୍ତ୍ତା ପରେ ଶୁଣିବାକୁ ମିଳୁଛି ଯେ, ଖରମୁଳ ଗାଁରୁ ମୁଖ୍ୟ ରାସ୍ତାକୁ ସଂଯୋଗ କରିବା ଲାଗି ଏକ ରାସ୍ତା ନିର୍ମାଣ ନିମନ୍ତେ ଟେଣ୍ଡର ହୋଇଥିଲା । ତେବେ ଏହି ରାସ୍ତା କାମ ନେଇଥିବା ଠିକାଦାର ରାସ୍ତାର ଏକ ଚତୁର୍ଥାଂଶ କାମ ସାରି ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଦେଖିବାକୁ ବାକି ରହିଲା ଖରମୁଳ ଗ୍ରାମ ସମ୍ପର୍କରେ ଖବର ପ୍ରସାରଣ ପରେ ସରକାରଙ୍କ ପକ୍ଷରୁ ଏ ନେଇ କି ପଦକ୍ଷେପ ଗ୍ରହଣ ହେଉଛି ।

ହିନ୍ଦୋଳରୁ ସୁଜିତ କୁମାର ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା