ତାଲୁକା ଆଇନ୍ ପ୍ରାଧିକରଣ ଶିବିର ଅନୁଷ୍ଠିତ

କୋଦଳା: ଗଞ୍ଜାମ ଜିଲ୍ଲା କୋଦଳାସ୍ଥିତ ସ୍ବର୍ଣ୍ଣମୟୀ ହାଇସ୍କୁଲରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଚିନ୍ମୟ ଗୋଛାୟତଙ୍କ ଅଧ୍ୟକ୍ଷତାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏ.ଏସ୍.ଜେ ବନାଲି ତ୍ରିପାଠୀ, କୋର୍ଟ ବରିଷ୍ଠ କିରାଣୀ ସୁରେଶ ବେହେରା, ବରିଷ୍ଠ ଆଇନଜୀବୀ ସୁବାଷ ଚନ୍ଦ୍ର ସାହୁ, ସୋମନାଥ ବେହେରାଙ୍କ ସମେତ କୋର୍ଟର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀ ପାଇଁ ସମ୍ବିଧାନ ଓ ସରକାରଙ୍କ ଆଇନର ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ଏଥିରେ ନାବାଳକମାନେ ଆଇନ୍ ସେବା ପାଇବାରୁ ଯେପରି ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଏକ ସ୍ଵତନ୍ତ୍ର ଆଇନ୍ ସେବା ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟଣ କରାଯାଇଛି । ଏହି ସେବା ୧୯୯୫ ମସିହାରୁ କାର୍ଯକ୍ଷମ ହୋଇ ବଳବତ୍ତର ରହିଛି । ବିଶେଷ କରି ବିଭିନ୍ନ ଅଞ୍ଚଳରେ ଘଟୁଥିବା ଘଟଣା ଯଥା- ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଶିଶୁ ଶ୍ରମିକଙ୍କର ନ୍ୟାୟ ସଂଗତ ଦାବିକୁ ସାବ୍ୟସ୍ତ କରିବା ପାଇଁ କଣ ସବୁ ଆଇନ ସମ୍ପର୍କିତ ସରକାରୀ ସହାୟତା ଉପଲବ୍ଧ ଅଛି ସେ ସମ୍ପର୍କରେ ଅବଗତ କରାଇଥିଲେ । ଏଥିସହ ଉତ୍ତମ ଚରିତ୍ର ଗଠନ ଓ ଆଦର୍ଶ ଛାତ୍ରଛାତ୍ରୀ ହେବା ପାଇଁ ପରାମର୍ଶ ଦେଇଥିଲେ ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ