ଓଡିଶା

୨୦୨୩କୁ ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ଘୋଷଣା କଲେ ମିଳିତ ଜାତିସଂଘ । ପ୍ରଥମ ମାଣ୍ଡିଆ ଦିବସ ମହାସମାରୋହରେ ପାଳିତ

ଗଜପତି: ଗଜପତିରେ ଜିଲ୍ଲାସ୍ତରୀୟ ପ୍ରଥମ ମାଣ୍ଡିଆ ଦିବସ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପାରଳାଖେମୁଣ୍ଡିରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ଗଜପତି ଜିଲ୍ଲାରେ ମାଣ୍ଡିଆ ଚାଷ ଏକ ଅର୍ଥକାରୀ ଫସଲ । ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ରାଜ୍ୟରେ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଜିଲ୍ଲାପାଳ ମତପୋଷଣ କରିଥିଲେ । ଜିଲାର ସମସ୍ତ ବ୍ଲକରେ ଉନ୍ନତ ମାନର ମାଣ୍ଡିଆ ଚାଷ ହେଉଛି । ଏଣୁ ଚାଷୀ ଭାଇମାନେ ମାଣ୍ଡିଆ ଚାଷ କରି ଜୀବିକା ଉପାର୍ଜନ କରିବା ସହିତ ଭଲ ଲାଭବାନ ରୁହନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ପ୍ରଦାନ କରିଥିଲେ । ଏହା ଏକ ପ୍ରୋଟିନ୍, ଡାଏଟାରୀ ଫାଇବର, ଅନେକ ଭିଟାମିନର ଏକ ସମୃଦ୍ଧ ଉତ୍ସ ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା.ଗିରିଶ କୁମାର ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ସୁରେଶ କୁମାର ପଟ୍ଟନାୟକ ଓ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଟ ବୈଜ୍ଞାନିକ ଡଃ.ସଂଗ୍ରାମ ପରମଗୁରୁ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ  ପ୍ରଥମ ମାଣ୍ଡିଆ ଦିବସ ପାଳନର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କୈଳାସ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହ୍ ଅବସରରେ ସମ୍ମାନିତ ଅତିଥିମାନେ ମାଣ୍ଡିଆ ଚାଷର ପୃଷ୍ଠଭୂମି, ପ୍ରୋଟିନ୍, ଡାଏଟାରୀ ଫାଇବର, ପୁଷ୍ଟିସାର ବିଷୟରେ ଆଲୋଚନା କରିଥିଲେ ।

୨୦୧୭-୧୮ଆର୍ଥିକ ବର୍ଷରେ ରାଜ୍ୟ ସରକାର ମିଲେଟ୍ ମିଶନ ଆରମ୍ଭ କରିଥିଲେ । ପ୍ରଥମେ ୭ଟି ଜିଲ୍ଲାର ୩୦ଟି ବ୍ଲକରେ ମିଲେଟ୍ ମିଶନ କାର୍ଯ୍ୟକାରୀ କରଯାଇଥିଲା । ଏବେ ରାଜ୍ୟର ୧୯ଟି ଜିଲ୍ଲାର ୧୪୨ ବ୍ଲକରେ ଏହା କାର୍ଯ୍ୟକାରୀ ହେଉଛି । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ତରଫରୁ ସମସ୍ତଙ୍କୁ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଅନୁରୋଧ କରିଛନ୍ତି l ଗତ କିଛି ବର୍ଷ ହେବ ଓଡ଼ିଶାରେ ମାଣ୍ଡିଆ ଚାଷ ଏବଂ ବ୍ୟବହାରକୁ ପ୍ରୋତ୍ସାହିତ କରିଆସୁଛି । ଏହାସହ ରାଜ୍ୟରେ ଏହି ଚାଷକୁ ଓଡିଶା ମିଲେଟ ମିଶନ ଅନ୍ତର୍ଭୁକ୍ତ କରାଯାଇଛି । ଜିଲ୍ଲା କୃଷି ବିଭାଗ ଦ୍ଵାରା ୫ ଟି ଷ୍ଟଲ୍ କରି ଚାଷୀମାନଙ୍କୁ ମାଣ୍ଡିଆ କିପରି ବ୍ୟବହାର କରିବେ ତାହା ପ୍ରଦର୍ଶିତ ହୋଇଥିଲା । ମିଳିତ ଜାତିସଂଘ ୨୦୨୩ କୁ ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ଘୋଷଣା କରିଛନ୍ତି । ମୋହନା ବ୍ଲକ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କଦ୍ଵାରା ମିଲେଟ୍ ଜଳଖିଆ ପ୍ରସ୍ତୁତ କରି ବିକ୍ରି କରିବା ସହ ମୋହନା ବ୍ଲକର ସାନଖଣି ସ୍କୁଲର ୩୨୦ ଛାତ୍ରଛାତ୍ରୀମାନଙ୍କୁ ଜଳଖିଆ ଯୋଗାଇବାକୁ ସକ୍ଷମ ହୋଇଛନ୍ତି । ଏଣୁ ଏହି ଭିକ୍ଟୋରିଆ ସ୍ବୟଂ ସହାୟକ ଗୋଷ୍ଠୀକୁ ଜିଲ୍ଲା ପ୍ରଶସନ ତରଫରୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି ।

ସେହିପରି ଜିଲ୍ଲାର ସର୍ବୋତ୍ତମ କୃଷକ ଭାବେ ଆୟମନି ଭୂୟାଁ, ଗୁମ୍ମା ବ୍ଲକ ଓଁଶ୍ରୀ ଯାଇଶ୍ୟ ଶବର, ରାୟଗଡ ବ୍ଲକକୁ ସମ୍ମାନିତ କରାଯାଇଛି । କାଳୁ ଚରଣ ପାଇକ, ମୋହନା ବ୍ଲକ, ନକୁଳ ବଡ଼ରହିତ, ଆର. ଉଦୟଗିରି ବ୍ଲକ ଓ ଜିକେଲ ମଣ୍ଡଳ ଗୁମ୍ମା ବ୍ଲକଙ୍କ ଚାଷିମାନଙ୍କୁ ସମ୍ମାନିତ କରାଯାଇଅଛି । SACAL FA(NGO), ମୋହନା ବ୍ଲକ, CCD FA(NGO) ଗୁମ୍ମା ବ୍ଲକକୁ ଶ୍ରେଷ୍ଠ ସୁବିଧାକାରୀ ଏଜେନ୍ସୀ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ପରେ ମାଣ୍ଡିଆ ଦିବସ ଉପଲକ୍ଷେ ଜସେବ ଗମାଙ୍ଗ ନିଜ ଭାଷାରେ ଏକ ସୁନ୍ଦର ଗୀତ ଶୁଣାଇ ଥିଲେ । ଏହି କାର୍ଯ୍ୟକ୍ରମରେ  ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଆରନିଆସ ପ୍ରଧାନ, ସଙ୍ଘମିତ୍ରା ପ୍ରଧାନ, ସୁଶ୍ରି ଶୁଭଶ୍ରୀ ପ୍ରିୟଦର୍ଶିନୀ, କେ. ସୁରଜ କୁମାର ପାତ୍ର, ଜିଲ୍ଲା ପରିଚାଳନା ଅଧକ୍ଷ, ମିଲେଟ୍ ମିଶନ ସୁଶ୍ରୀ ଦୀପିକା ପାଢ଼ୀ, ଜିଲ୍ଲା ପ୍ରକଳ୍ପ ପରିଚାଳକ, ମିଲେଟ ମିଶନ ସ୍ଵାଖି ୟାମିନି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଜିଲ୍ଲା କୃଷି ବିଭାଗର ସମସ୍ତ କର୍ମଚାରୀ ଓ ଜିଲ୍ଲାର ସାତ ଗୋଟି ବ୍ଲକରୁ ୧୫୦ରୁ ଉର୍ଦ୍ଧ୍ବ ମାଣ୍ଡିଆ ଚାଷୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ଗଜପତିରୁ ବିବେକାନନ୍ଦ ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା