ଓଡିଶା

ଭୋଟର ତାଲିକା ୨୦୨୩ ପ୍ରସ୍ତୁତି ନେଇ ବୈଠକ ଅନୁଷ୍ଠିତ

ଗଜପତି ଜିଲ୍ଲାସ୍ତରୀୟ ଭୋଟର ତାଲିକା ୨୦୨୩ ପ୍ରସ୍ତୁତି ସମ୍ପର୍କରେ ଏକ  ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ସ୍ତରୀୟ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଚଳିତ ବର୍ଷ ନଭେମ୍ବର ୯ ତାରିଖରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଚିଠା ଭୋଟର ତାଲିକା ପ୍ରକାଶନ ଜିଲ୍ଲାର ସମସ୍ତ ଭୋଟ ଗ୍ରହଣ କେନ୍ଦ୍ର ତଥା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ତହସିଲଦାରଙ୍କ କାର୍ଯ୍ୟାଳୟ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶିତ ହୋଇଛି । ଚଳିତ ଭୋଟର ତାଲିକାରେ ଜିଲ୍ଲାର ସମୁଦାୟ ଭୋଟର ସଂଖ୍ୟା ୪,୩୨,୩୬୪ ରହିଛି । ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୨,୧୨,୨୫୨ ଥିବାବେଳେ ମହିଳା ଭୋଟର ସଂଖ୍ୟା ୨,୨୦,୦୯୮ ଓ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୧୪ ରହିଛି ।

ସେହିପରି ୧୩୬ ମୋହନା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା ୨,୨୫,୯୮୧ ରହିଛି । ସେମାନଙ୍କ ମଧ୍ୟରେ ପୁରୁଷ ଭୋଟର ସଂଖ୍ୟା ୧,୧୦,୨୭୫ ଥିବାବେଳେ ମହିଳା ଭୋଟର ସଂଖ୍ୟା ୧,୧୫,୭୦୪ ଓ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୨ ରହିଛି । ଅପରପକ୍ଷେ ୧୩୭ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା ୨,୦୬,୩୮୩ ରହିଛି । ସେମାନଙ୍କ ମଧ୍ୟରେ ପୁରୁଷ ଭୋଟର ସଂଖ୍ୟା ୧,୦୧,୯୭୭ ଥିବାବେଳେ ମହିଳା ଭୋଟର ସଂଖ୍ୟା ୧,୦୪,୩୯୪ ଓ ତୃତୀୟ ଲିଙ୍ଗ ୧୨ ରହିଛି ।

ଏହି ପ୍ରସ୍ତୁତି ବୈଠକରେ ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ ଓ ସଂଶୋଧିତ ରୂପାନ୍ତରିତ ପଞ୍ଜିକରଣ ଫର୍ମ ଆଦି ବ୍ୟବସ୍ଥା ସମ୍ବଦ୍ଧରେ ଉପସ୍ଥିତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ କର୍ମକର୍ତ୍ତାମାନଙ୍କୁ ଜିଲ୍ଲାପାଳ ଅବଗତ କରାଇଥିଲେ । ଚଳିତ ବର୍ଷ ସବୁଠୁ ଉଲ୍ଲେଖନୀୟ ବିଷୟ ହେଲା ଯୁବବର୍ଗଙ୍କ ପାଇଁ ଭୋଟର ହେବା ପୂର୍ବରୁ ବର୍ଷକୁ ଥରେ ମାତ୍ର ନାମ ପଞ୍ଜିକରଣ ସୁଯୋଗ ମିଳୁଥିଲା, ମାତ୍ର ଏବେ ଏଥିପାଇଁ ୪ ଥର ସୁଯୋଗ ମିଳିବ ।

ଜାନୁୟାରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ବେଳକୁ ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ପରବର୍ତ୍ତୀ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମରେ ନିଜର ନାମକୁ ନୂତନ ଭାବେ ଫର୍ମ-୬ ଯୋଗ କରିବା, ଫର୍ମ-୭ରେ ନାମକୁ ବାଦ କରିବା, ଫର୍ମ-୮ରେ ଭୋଟର ତାଲିକାରେ ନିଜର ତଥ୍ୟକୁ ସଂଶୋଧନ ଏବଂ ନିଜର ସ୍ଥାନକୁ ପରିବର୍ତ୍ତନ କରିବା । ଏପରିକି ଫର୍ମ-୬(ଖ)ରେ ନିଜର ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହିତ ସଂଯୋଗ କରିପାରିବେ । ଯୋଗ୍ୟ ବିବେଚିତ ଭୋଟରମାନେ ଅନ୍-ଲାଇନ୍ ମାଧ୍ୟମରେ ଭୋଟର ହେଲ୍ପ ଲାଇନ ଆପ୍ www.nvsp./voterportal.eci.gov.in କିମ୍ବା ଭୋଟର ହେଲ୍ପ ଲାଇନ ଆପ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା । ଏବଂ ବୁଥ ସ୍ତରୀୟ ଅଧିକାରୀଙ୍କଠାରେ ଗରୁଡ଼ ଆପ୍ ମାଧ୍ୟମରେ ଫର୍ମ-୬,୭,୮ ଓ ୬(ଖ)ରେ ଆବେଦନ କରିପାରିବେ ବୋଲି କୁହାଯାଇଥିଲା ।

ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ନଭେମ୍ବର ମାସ ୧୨,୧୩, ୨୬ ଏବଂ ୨୭ ତାରିଖରେ ପ୍ରତ୍ୟେକ ବୁଥ୍ ରେ ଦିବା ୧୦ ଘଟିକାରୁ ୫ ଘଟିକା ପର୍ଯ୍ୟନ୍ତ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି । ଏଥିରେ ଜିଲ୍ଲାରେ ଥିବା ସମସ୍ତ ସ୍ଵୀକୃତି ପ୍ରାପ୍ତ ରାଜନୈତିକ ଦଳ ନିଜ ନିଜ ବୁଥ୍ ସ୍ତରୀୟ ଏଜେଣ୍ଟମାନଙ୍କୁ ସମସ୍ତ ୫୭୩ ବୁଥ୍ ରେ ନିୟୋଜିତ କରି ସହଯୋଗ କରିବାକୁ ଜିଲ୍ଲାପାଳ କହିଛନ୍ତି ।

ସେହିପରି ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ୧୩୬-ମୋହନା (ସଂରକ୍ଷିତ) ନିର୍ବାଚନ ମଣ୍ଡଳୀରେ ଥିବା ୨୯୭ବୁଥ୍ ମଧ୍ୟରୁ ୨୩୯ ବୁଥ୍ ଏବଂ ୧୩୭-ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଥିବା ୨୭୬ ବୁଥ୍ ମଧ୍ୟରୁ ୧୮୯ ବୁଥ୍ ର (ମୋଟ -୪୨୮) ଭୋଟ ଗ୍ରହଣ କେନ୍ଦ୍ରର ନାମକୁ ପରିବର୍ତ୍ତନ କରାଯାଇଛି । ଏଣୁ ସମସ୍ତ ସ୍ଵୀକୃତି ପ୍ରାପ୍ତ ରାଜନୈତିକ ଦଳ ଯୁବ ବର୍ଗର ଭୋଟରଙ୍କୁ ଭୋଟର ତାଲିକାରେ ପଞ୍ଜିକରଣ କରାଇବା ଲାଗି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।

ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ଡେପୁଟି କଲେକ୍ଟର (ନିର୍ବାଚନ ଶାଖା) ନଟବର ଗରଡ଼, ସହକାରୀ ଜିଲ୍ଲାପାଳ ରାଜେନ୍ଦ୍ର ଭୂୟାଁ, ସୁଶାନ୍ତ ଚନ୍ଦ୍ର ମାଝୀଙ୍କ ସହ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ତଥା ବିଜେଡିରୁ ସୁରେଶ କୁମାର ମାଝୀ, ଭାରତୀୟ ଜନତା ପାର୍ଟିରୁ ସୋମନାଥ କୁମାର ପାତ୍ର, କମ୍ୟୁନିଷ୍ଟ ପାର୍ଟିରୁ ଜି. ସୁରେଶ କୁମାର ରାଓ, ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ, ସମସ୍ତ ସାମ୍ବାଦିକ, ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଗଜପତିରୁ ବିବେକାନନ୍ଦ ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା