ଓଡିଶା

ସରକାରୀ ଟଙ୍କାକୁ ହଡ଼ପ କରୁଛନ୍ତି କୁଜି କଣ୍ଟ୍ରାକ୍ଟର । ବ୍ଲକର ବିଭାଗୀୟ ଅଧିକାରୀ ସାମିଲ ଥିବା ଅଭିଯୋଗ

ନୟାଗଡ଼: ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ପାଇଖାନା ନିର୍ମାଣରେ ଦୁର୍ନିତୀ ଅଭିଯୋଗ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକରେ ଥିବା ବାଇସିଟି ପଞ୍ଚାୟତରେ ପାଇଖାନା ନିର୍ମାଣରେ ଦୁର୍ନିତୀ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣ ପାଇଁ ପ୍ରତି ହିତାଧିକାରୀଙ୍କ ପିଛା ୧୨ ହଜାର ଟଙ୍କା ଆସିଛି । ମାତ୍ର ହିତାଧିକାରୀଙ୍କ ପାଇଖାନାକୁ ପଂଚାୟତର କିଛି କଣ୍ଟ୍ରାକ୍ଟର ବ୍ଲକର ବିଭାଗୀୟ ଅଧିକାରୀଙ୍କୁ ହାତ କରି ନିର୍ମାଣ କରଥିଲେ । ଯାହାକି ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏ ନେଇ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀ ଏକ ମାମଲା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଖଣ୍ଡପଡ଼ା ବ୍ଲକରେ କୋଟି କୋଟି ଟଙ୍କାର ଦୁର୍ନିତୀ ମାମଲାକୁ ତଦନ୍ତ ନିର୍ଦ୍ଦେଶ ପରିସରଭୁକ୍ତ କରିବା ସହ ଡ଼ାଇରେକ୍ଟର ଅଫ୍ ଇନକ୍ବାରୀ ଖଣ୍ଡପଡ଼ା ଅଞ୍ଚଳକୁ ଆସି ତଦନ୍ତ କରିଛନ୍ତି ।

ପଞ୍ଚାୟତର ବିଭିନ୍ନ ସ୍ଥାନରେ ତିଆରି ହୋଇଥିବା ପାଇଖାନା ଗୃହ

ଗୁରୁତ୍ବପୂର୍ଣ୍ଣ କଥା ହେଲା ପାଇଖାନା ଦୁର୍ନିତୀ ମାମଲା ଏବେ ବିଚାରଧୀନ ଥିବାବେଳେ ପୁର୍ନବାର ଖଣ୍ଡପଡ଼ା ବ୍ଲକର ବିଭିନ୍ନ ପଂଚାୟତରେ ଥିବା ଗାଁରେ ପ୍ରତି ହିତାଧିକାରୀଙ୍କ ପିଛା ପାଞ୍ଚ ହଜାର ଚାରିସହ ଟଙ୍କା ସୋପଫିଟ ଏବଂ ଡଷ୍ଟବିନ ବାବଦରେ ଆସିଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି । ତେବେ ଏହି ପାଞ୍ଚ ହଜାର ଚାରି ଶହ ଟଙ୍କାରେ ପ୍ରତି ହିତାଧିକାରୀଙ୍କୁ ତିନି ଫୁଟିଆ ନନ୍ଦ ପାଞ୍ଚଟି, ଏକ ଘୋଡଣି ଦେଢ଼ ଫୁଟର ଓ ଦୁଇ ଦୁଇ ଫୁଟର ଗାତ ଖୋଳି ହିତାଧିକାରୀଙ୍କ ଟଙ୍କାକୁ ହଡପ କରାଯିବାର ମସୁଧା ଚାଲିଛି ।

ତିନି ଫୁଟିଆ ନନ୍ଦ

ଉକ୍ତ ପଞ୍ଚାୟତର କିଛି କୁଜି କଣ୍ଟ୍ରାକ୍ଟର ହିତାଧିକାରୀଙ୍କ ଜବ୍ କାର୍ଡ, ଆଧାର କାର୍ଡ, ଆକାଉଣ୍ଟ ଖାତାକୁ ସଂଗ୍ରହ କରି ଏହି ନନ୍ଦକୁ ଲୋକମାନଙ୍କୁ ଯୋଗାଇ ଦେଉଥିବା ଜଣାପଡିଛି । ସରକାର ହିତାଧିକାରୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାବେଳେ ଏହି ଯୋଜନାକୁ ହିତାଧିକାରୀଙ୍କ ନାଁରେ ହରିଲୁଟ୍ କରାଯାଉଛି । ଏଣୁ ଏ ଦିଗରେ ଯଦି ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପଦେକ୍ଷପ ନିଆଯାଏ ତେବେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟଙ୍କା ହଡ଼ପ ନ ହୋଇ ହିତାଧିକାରୀଙ୍କ ସୁବିଧାରେ ବିନିଯୋଗ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

ନୟାଗଡରୁ ନିରଞ୍ଜନ ଦାସ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା