ଟ୍ରେଣ୍ଟିଂ ଦେଶ ବିଦେଶ

ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ପାଇଁ ରହିଛି ବହୁ ଚ୍ୟାଲେଞ୍ଜ, ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ଉତ୍ସବ ପାଳିତ ହୋଇଯାଇଛି । ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଦେଶର ସିଜେଆଇ ଭାବେ ଦୀର୍ଘ ୨ ବର୍ଷ ଧରି କାମ କରିବେ । ତାଙ୍କ କାର୍ଯ୍ୟକାଳ ୨୦୨୪ ମସିହା ନଭେମ୍ବର ୧୦ରେ ଶେଷ ହେବ ।

ଦେଶର ନ୍ୟାୟିକ ଇତିହାସରେ ପ୍ରଥମ ଥର ପାଇଁ ଜଣେ ପ୍ରଧାନ ବିଚାରପତିଙ୍କ ପୁଅ ପୁନଃ ଏହି ଉତ୍ତରଦାୟିତ୍ବ ଗ୍ରହଣ କରିଛନ୍ତି । ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ବାପା ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ୱାଇ.ଭି ଚନ୍ଦ୍ରଚୂଡ଼ । ସେ ଭାରତର ସବୁଠାରୁ ଅଧିକ ସମୟ ସିଜେଆଇ ଭାବେ କାମ କରିଥିଲେ । ୧୯୭୮ରେ ଦେଶର ୧୬ତମ ପ୍ରଧାନ ବିଚାରପତି ହୋଇଥିଲେ ଜଷ୍ଟିସ୍ ୱାଇ.ଭି ଚନ୍ଦ୍ରଚୂଡ଼ । ତାଙ୍କ କାର୍ଯ୍ୟକାଳ ୧୯୯୫ ମସିହା ଯାଏଁ ରହିଥିଲା ।

ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁୟୁ ଲଳିତ ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କୁ ବାଛିଥିଲେ । ଏହି ପ୍ରସ୍ତାବ ଆଇନ ମନ୍ତ୍ରଣାଳୟ ପାଖକୁ ପଠାଯାଇଥିଲା । ଏହାପରେ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପ୍ରସ୍ତାବକୁ ପଠାଇଥିଲା । ଅକ୍ଟୋବର ୧୭ରେ ରାଷ୍ଟ୍ରପତି ମୁର୍ମୁ ଏହି ପ୍ରସ୍ତାବ ଉପରେ ମୋହର ମାରିଥିଲେ ।

ତେବେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ୨ ବର୍ଷ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଦେବା ପାଇଁ ସୁଯୋଗ ପାଇବେ । ଅପରପକ୍ଷେ ବିପୁଳ ସଂଖ୍ୟାରେ ପଡ଼ିରହିଥିବା ମାମଲା, ଭିତିଭୂମିର ଅଭାବ, ନ୍ୟାୟ ପ୍ରଦାନରେ ବିଳମ୍ବ ଇତ୍ୟାଦି ସମସ୍ୟା ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ପାଇଁ ଚ୍ୟାଲେଞ୍ଜ ରହିବ ।

ଦେଶର ୫୦ତମ ସିଜେଆଇ ଭାବେ ଦାୟିତ୍ବ ନେଇଥିବା ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଏକାଧିକ ସାମ୍ବିଧାନିକ ବେଞ୍ଚ ଓ ଗୁରୁପୂର୍ଣ୍ଣ ତଥା ଐତିହାସିକ ମାମଲାରେ ରାୟ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଯୋଧ୍ୟା ଜମି ବିବାଦ, ଗୋପନୀୟତାର ଅଧିକାର ଓ ପରକ୍ରୀୟା ପ୍ରୀତି ସମ୍ପର୍କରେ ରାୟ ପ୍ରକାଶ କରିଥିବା ବେଞ୍ଚରରେ ସେ ରହିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।