ଓଡିଶା କଳା ସଂସ୍କୃତି ଟ୍ରେଣ୍ଟିଂ

କଟକରେ ଜମିବ ବାଲିଯାତ୍ରା, ଏପଟେ ଭୁବନେଶ୍ବରରେ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ

ଆଜିଠୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀରୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇଛି ବାଲିଯାତ୍ରା ପଡିଆ । ଏଥର ସିଏମସି ପକ୍ଷରୁ କ୍ଲିନ୍ ବାଲିଯାତ୍ରା, ଗ୍ରୀନ ବାଲିଯାତ୍ରା ସ୍ଲୋଗାନ ଦିଆଯାଇଛି । ଏଥିନିମନ୍ତେ ୨୪ଟି ସ୍ୱତନ୍ତ୍ର ଷ୍ଟଲ ତିଆରି ହୋଇଛି, ଯେଉଁଠି ପ୍ଲାଷ୍ଟିକ ବୋତଲ ଫେରାଇଲେ ଟଙ୍କା ଫେରାଇବା ବ୍ୟବସ୍ଥା କରାଯାଇଛି । ପଡ଼ିଆ ଭିତରେ ପାଣି ବୋତଲ ଗୋଟାକୁ ୨୫ ଟଙ୍କାରେ ବିକ୍ରି କରାଯିବ । କ୍ୟୁଆର କୋଡ୍ ଥିବା ଏହି ବୋତଲକୁ ଫେରାଇଲେ ୫ଟଙ୍କା ଫେରସ୍ତ କରାଯିବ ।

କରୋନା ଯୋଗୁଁ ୨ ବର୍ଷ ପରେ ଯାତ୍ରା ହେଉଥିବାରୁ ଏଥର ପ୍ରାୟ ୭୦ ଲକ୍ଷ ଲୋକଙ୍କ ଆଗମନ ଜମିବ ବୋଲି ଆଶା କରାଯାଉଛି । ତେବେ ୧୪୦୦ ଷ୍ଟଲ ଓ ୨ହଜାରରୁ ଅଧିକ ବ୍ୟବସାୟୀଙ୍କୁ ନେଇ ହେଉଛି ଯାତ୍ରା । ଲେଜର ସୋ’, କଟକ ଇନ୍ କଟକ ମୁଖ୍ୟ ଆକର୍ଷଣ ପାଲିଟିଛି । ବାଲିଯାତ୍ରାରେ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ପ୍ରାୟ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ଲକ୍ଷାଧିକ ଲୋକଙ୍କ ଭିଡ଼କୁ ଦୃଷ୍ଟି ରଖି ଟ୍ରାଫିକ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି କମିଶନରେଟ୍ ପୋଲିସ । ତଳ ଓ ଉପର ବାଲିଯାତ୍ରା ପଡିଆ ରହିଛି ସିସିଟିଭିର ନଜର ।

ଅପରପକ୍ଷେ ବାଲିଯାତ୍ରାରେ ଚଢା ପାର୍କିଂ ଦରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦୁଇ ଚକିଆ ପାଇଁ ପୂର୍ବରୁ ପାର୍କିଂ ଫି ୩୦ ଟଙ୍କା ଥିବା ବେଳେ ଏଥର ୫୦ ଟଙ୍କା କରାଯାଇଛି ।

ସବୁଜ ବଳୟ ଭିତରେ ବସି ବିଭିନ୍ନ ରଙ୍ଗୀନ ଆଲୋକ ଓ ଭାଇଚାରର ପ୍ରତୀକ ମନ୍ଦିର, ମସଜିଦ ଗୁରୁଦ୍ଵାର ସବୁ ଦେଖିବାକୁ ମିଳିବ । ଏଥିସହ ବାଲୁକା କଳା ଓ ସହରର ବିଭିନ୍ନ ପ୍ରତିଷ୍ଠିତ ସ୍ଥାନ ତଥା ଚଣ୍ଡୀ ମନ୍ଦିର, ରେଳଷ୍ଟେସନ, ହାଇକୋର୍ଟ ଭଳି ସ୍ଥାନ ଆକୃତିର ଗେଟ୍ ଦେଖିବାକୁ ମିଳିବ ବୋଲି ଜଣାପଡିଛି ।

ଏପଟେ ବାଲିଯାତ୍ରା ପାଇଁ ସଜେଇ ହେଉଛି ଭୁବନେଶ୍ୱର ଉପକଣ୍ଠ କୁଆଖାଇ ପଠା । ଦୁଇ ବର୍ଷ ପରେ ଜମିବ ଭୁବନେଶ୍ୱର ବାଲିଯାତ୍ରା । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏଥର ଯାତ୍ରାକୁ ଆକର୍ଷଣୀୟ କରିବାକୁ ଅଣ୍ଟା ଭିଡିଛି ବାଲିଯାତ୍ରା କମିଟି । ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ମଞ୍ଚ । ପ୍ରାୟ ୩ ଶହ ଷ୍ଟଲରେ ନିଜ ନିଜର ପସରା ମେଲିବେ ରାଜ୍ୟ ଏବଂ ରାଜ୍ୟ ବାହାର ବ୍ୟବସାୟୀ ।

ଏହି ସମୟରେ ଟ୍ରାଫିକ ଓ ପାର୍କିଂ ଉପରେ ଦିଆଯାଇଛି ବିଶେଷ ଗୁରୁତ୍ୱ । ଯାତ୍ରା ସମୟରେ ଭାରିଯାନ ଚଳାଚଳ ବନ୍ଦ ରହିବ । ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିବା ସହ ୮ରୁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବାଲିଯାତ୍ରାକୁ ଜଗିବେ ସ୍ୱତନ୍ତ୍ର ସ୍କ୍ୱାଡ୍ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା