୧୬ତମ ରାଉଣ୍ଡ ଗଣତି ଶେଷ: ୭୯୭୨ ଖଣ୍ଡ ଭୋଟରେ ଆଗୁଆ ରହିଛି ବିଜେପି

ଧାମନଗର: ଧାମନଗର ଉପନିର୍ବାଚନରେ ୧୬ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୭୯୭୨ ଖଣ୍ଡ ଭୋଟରେ ଆଗୁଆ ଥିବା ସୂଚନା । ବର୍ତ୍ତମାନ ସୁଦ୍ଧା ସୂରଜ ସୂର୍ଯ୍ୟବଂଶୀ ୭୦,୯୪୬ ଖଣ୍ଡ ଭୋଟ ହାତେଇଥିବାବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ମିଳିଛି ୬୨,୯୭୪ ଖଣ୍ଡ ଭୋଟ୍ । ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୩,୦୧୯ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ ୭,୫୭୭ ଖଣ୍ଡ ଭୋଟରେ ଆଗୁଆ ରହିଛି ।
ପ୍ରଥମ ରାଉଣ୍ଡରେ ୭୭୯, ଦ୍ୱିତୀୟ ରାଉଣ୍ଡରେ ୧୩୭୯, ତୃତୀୟ ରାଉଣ୍ଡରେ ୨୦୩୩, ଚତୁର୍ଥ ରାଉଣ୍ଡରେ ୩୨୬୧ ଖଣ୍ଡ, ପଞ୍ଚମ ରାଉଣ୍ଡରେ ୩୫୭୨ ଖଣ୍ଡ, ଷଷ୍ଠ ରାଉଣ୍ଡରେ ୪୩୯୨, ସପ୍ତମ ରାଉଣ୍ଡରେ ୫୨୦୦, ଅଷ୍ଟମ ରାଉଣ୍ଡରେ ୫୯୯୧, ନବମ ରାଉଣ୍ଡରେ ୫୨୬୫, ଦଶମ ରାଉଣ୍ଡରେ ୪୮୪୫, ଏକାଦଶ ରାଉଣ୍ଡରେ ୫୩୧୦, ଦ୍ବାଦଶ ରାଉଣ୍ଡରେ ୬୨୧୪, ତ୍ରୟୋଦଶ ରାଉଣ୍ଡରେ ୬୭୫୫, ଚତୁର୍ଦ୍ଦଶ ରାଉଣ୍ଡରେ ୭୬୬୧, ପଞ୍ଚଦଶ ରାଉଣ୍ଡରେ ୭୬୬୩ ଓ ଷୋଡଶ ରାଉଣ୍ଡରେ ୭୯୭୨ ଖଣ୍ଡ ଭୋଟ୍ରେ ଆଗରେ ରହିଛନ୍ତି ସୂର୍ଯ୍ୟବଂଶୀ ।
୧୪ଟି ଟେବୁଲରେ ୧୮ ରାଉଣ୍ଡ ପର୍ଯ୍ୟନ୍ତ କାଉଟିଂ ହେବ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ଓ ରାଜ୍ୟ ପୁଲିସ ନିୟୋଜିତ ହୋଇଛନ୍ତି ।