ଫେଲ୍ ମାରୁଛି ବିଜେଡିର ଗେମ୍ ଚେଞ୍ଜର ପ୍ଲାନ୍: ସପ୍ତମ ରାଉଣ୍ଡ ଗଣତି ଶେଷ

ଧାମନଗର: ସପ୍ତମ ରାଉଣ୍ଡ ଗଣିତ ଶେଷ ହୋଇଛି । ବର୍ତ୍ତମାସ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୫୨୦୦ ଭୋଟରେ ଆଗୁଆ ଥିବା ସୂଚନା ।
ସପ୍ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସୂରଜ ସୂର୍ଯ୍ୟବଂଶୀଙ୍କୁ ୩୧ହଜାର ୧୦୮ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୨୫ହଜାର ୯୦୮ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୧୧୨୨, ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କୁ ହଜାରେ ୪ହଜାର ୯୫୩ ଖଣ୍ଡ ଭୋଟ ମିଳିଛି । ବିଜେଡିରୁ ଅସନ୍ତୁଷ୍ଟ ହୋଇ ସ୍ବାଧୀନ ଭାବେ ନିର୍ବାଚନୀ ମୈଦାନରେ ଅବତୀର୍ଣ୍ଣ ହୋଇଥିଲେ ରାଜୁ ।
ପ୍ରଥମ ରାଉଣ୍ଡରେ ୭୭୯, ଦ୍ୱିତୀୟ ରାଉଣ୍ଡରେ ୧୩୭୯, ତୃତୀୟ ରାଉଣ୍ଡରେ ୨୦୩୩, ଚତୁର୍ଥ ରାଉଣ୍ଡରେ ୩୨୬୧ ଖଣ୍ଡ, ପଞ୍ଚମ ରାଉଣ୍ଡରେ ୩୫୭୨ ଖଣ୍ଡ, ଷଷ୍ଠ ରାଉଣ୍ଡରେ ୪୩୯୨ ଓ ସପ୍ତମ ରାଉଣ୍ଡରେ ୫୨୦୦ ଭୋଟ୍ରେ ଆଗରେ ରହିଛନ୍ତି ସୂର୍ଯ୍ୟବଂଶୀ ।
୧୪ଟି ଟେବୁଲରେ ୧୮ ରାଉଣ୍ଡ ପର୍ଯ୍ୟନ୍ତ କାଉଟିଂ ହେବ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ଓ ରାଜ୍ୟ ପୁଲିସ ନିୟୋଜିତ ହୋଇଛନ୍ତି ।