ନବମ ରାଉଣ୍ଡ ଗଣତି ଶେଷ: ଟ୍ରେଣ୍ଡରେ ବିଜେପି, ପଛରେ ବିଜେଡି

ଧାମନଗର: ନବମ ରାଉଣ୍ଡ ଗଣିତ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅବନ୍ତୀ ଦାସଙ୍କଠାରୁ ୫୨୬୫ ଭୋଟରେ ଆଗୁଆ ଥିବା ସୂଚନା । ବିଷ୍ଣୁ ସେଠୀଙ୍କୁ ଧାମନଗରବାସୀ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବୋଲି କର୍ମୀଙ୍କ ମହଲରେ ଚର୍ଚ୍ଚା । ବିଜେପି ଶିବିରରେ ବାଣ ଫୁଟାଇ ଉତ୍ସବ ପାଳୁଛନ୍ତି ବିଜେପି କର୍ମୀ ଓ ସମର୍ଥକ ।
ଟ୍ରେଣ୍ଡ ଅନୁସାରେ ସୂରଜ ସୂର୍ଯ୍ୟବଂଶୀଙ୍କୁ ୪୧ହଜାର ୦୮୯ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୩୫ହଜାର ୮୨୪ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୧୫୫୬, ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କୁ ହଜାରେ ୫ହଜାର ୫୫୭ଖଣ୍ଡ ଭୋଟ ମିଳିଛି । ବିଜେଡିରୁ ଅସନ୍ତୁଷ୍ଟ ହୋଇ ସ୍ବାଧୀନ ଭାବେ ନିର୍ବାଚନୀ ମୈଦାନରେ ଅବତୀର୍ଣ୍ଣ ହୋଇଥିଲେ ରାଜୁ ।
ପ୍ରଥମ ରାଉଣ୍ଡରେ ୭୭୯, ଦ୍ୱିତୀୟ ରାଉଣ୍ଡରେ ୧୩୭୯, ତୃତୀୟ ରାଉଣ୍ଡରେ ୨୦୩୩, ଚତୁର୍ଥ ରାଉଣ୍ଡରେ ୩୨୬୧ ଖଣ୍ଡ, ପଞ୍ଚମ ରାଉଣ୍ଡରେ ୩୫୭୨ ଖଣ୍ଡ, ଷଷ୍ଠ ରାଉଣ୍ଡରେ ୪୩୯୨, ସପ୍ତମ ରାଉଣ୍ଡରେ ୫୨୦୦, ଅଷ୍ଟମ ରାଉଣ୍ଡରେ ୫୯୯୧ ଓ ନବମ ରାଉଣ୍ଡରେ ୫୨୬୫ ଭୋଟ୍ରେ ଆଗରେ ରହିଛନ୍ତି ସୂର୍ଯ୍ୟବଂଶୀ ।
୧୪ଟି ଟେବୁଲରେ ୧୮ ରାଉଣ୍ଡ ପର୍ଯ୍ୟନ୍ତ କାଉଟିଂ ହେବ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ଓ ରାଜ୍ୟ ପୁଲିସ ନିୟୋଜିତ ହୋଇଛନ୍ତି ।