ଧାମନଗରରେ ବଢୁଛି ବିଜେପିର ଜନାଦର: ଫେଲ୍ ମାରିଛି ବିଜେଡିର ଓଭର-କନଫିଡେନ୍ସ । ୧୪ତମ ରାଉଣ୍ଡ ଗଣତି ଶେଷ

ଧାମନଗର: ଧାମନଗର ଉପନିର୍ବାଚନରେ ବଢୁଛି ବିଜେପିର ଜନାଦର । ୧୪ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ୭୬୬୧ ଖଣ୍ଡ ଭୋଟରେ ଆଗୁଆ ଥିବା ସୂଚନା । ବିଜେଡିକୁ ମହଙ୍ଗା ପଡିଛି ଅନଭିଜ୍ଞ ପ୍ରାର୍ଥୀ ଚୟନ ପ୍ରକ୍ରିୟା । ଫେଲ୍ ମାରିଛି ବିଜେଡିର ଓଭର-କନଫିଡେନ୍ସ ।
ଟ୍ରେଣ୍ଡ ଅନୁଯାୟୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ୬୩,୦୩୧ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ମିଳିଛି ୫୫,୩୭୦ ଖଣ୍ଡ ଭୋଟ । ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୨,୭୫୧ ଖଣ୍ଡ ଭୋଟ୍ ମିଳୁଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କୁ ମିଳୁଛି ୭,୧୪୭ ଭୋଟ୍ ।
ପ୍ରଥମ ରାଉଣ୍ଡରେ ୭୭୯, ଦ୍ୱିତୀୟ ରାଉଣ୍ଡରେ ୧୩୭୯, ତୃତୀୟ ରାଉଣ୍ଡରେ ୨୦୩୩, ଚତୁର୍ଥ ରାଉଣ୍ଡରେ ୩୨୬୧ ଖଣ୍ଡ, ପଞ୍ଚମ ରାଉଣ୍ଡରେ ୩୫୭୨ ଖଣ୍ଡ, ଷଷ୍ଠ ରାଉଣ୍ଡରେ ୪୩୯୨, ସପ୍ତମ ରାଉଣ୍ଡରେ ୫୨୦୦, ଅଷ୍ଟମ ରାଉଣ୍ଡରେ ୫୯୯୧, ନବମ ରାଉଣ୍ଡରେ ୫୨୬୫, ଦଶମ ରାଉଣ୍ଡରେ ୪୮୪୫, ଏକାଦଶ ରାଉଣ୍ଡରେ ୫୩୧୦, ଦ୍ବାଦଶ ରାଉଣ୍ଡରେ ୬୨୧୪, ତ୍ରୟୋଦଶ ରାଉଣ୍ଡରେ ୬୭୫୫ ଓ ଚତୁର୍ଦ୍ଦଶ ରାଉଣ୍ଡରେ ୭୬୬୧ ଖଣ୍ଡ ଭୋଟ୍ରେ ଆଗରେ ରହିଛନ୍ତି ସୂର୍ଯ୍ୟବଂଶୀ ।
୧୪ଟି ଟେବୁଲରେ ୧୮ ରାଉଣ୍ଡ ପର୍ଯ୍ୟନ୍ତ କାଉଟିଂ ହେବ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ଓ ରାଜ୍ୟ ପୁଲିସ ନିୟୋଜିତ ହୋଇଛନ୍ତି ।