ଓଡିଶା ଟ୍ରେଣ୍ଟିଂ

ଦଶମ ରାଉଣ୍ଡ ଗଣତି ଶେଷ: ବିଜେପି କାର୍ଯ୍ୟାଳୟରେ ଝାଞ୍ଜ ସଂକୀର୍ତ୍ତନ

ଧାମନଗର: ଟ୍ରେଣ୍ଡରେ ବିଜେପି ଆଗରେ । ଏହାକୁ ନେଇ ଧାମନଗର ବିଜେପି କାର୍ଯ୍ୟାଳୟରେ ଖୁସିର ମାହୋଲ । ଝାଞ୍ଜ ସଂକୀର୍ତ୍ତନ ମାଧ୍ୟମରେ ଉତ୍ସବ ପାଳନ କରୁଛନ୍ତି ବିଜେପି କର୍ମୀ । ଦଶମ ରାଉଣ୍ଡ ଗଣିତ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅବନ୍ତୀ ଦାସଙ୍କଠାରୁ ୪୮୪୫ ଭୋଟରେ ଆଗୁଆ ଥିବା ସୂଚନା ।

ବର୍ତ୍ତମାନ ସୁଦ୍ଧା ସୂରଜ ସୂର୍ଯ୍ୟବଂଶୀଙ୍କୁ ୪୫ହଜାର ୩୨୧ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୪୦ହଜାର ୪୭୬ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୧୮୯୫, ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କୁ ହଜାରେ ୫ହଜାର ୯୪୭ଖଣ୍ଡ ଭୋଟ ମିଳିଛି । ନୋଟାରେ ୩୮୯ ଜଣ ଭୋଟ୍ ଦେଇଥିବା ସୂଚନା ମିଳିଛି ।

ପ୍ରଥମ ରାଉଣ୍ଡରେ ୭୭୯, ଦ୍ୱିତୀୟ ରାଉଣ୍ଡରେ ୧୩୭୯, ତୃତୀୟ ରାଉଣ୍ଡରେ ୨୦୩୩, ଚତୁର୍ଥ ରାଉଣ୍ଡରେ ୩୨୬୧ ଖଣ୍ଡ, ପଞ୍ଚମ ରାଉଣ୍ଡରେ ୩୫୭୨ ଖଣ୍ଡ, ଷଷ୍ଠ ରାଉଣ୍ଡରେ ୪୩୯୨, ସପ୍ତମ ରାଉଣ୍ଡରେ ୫୨୦୦, ଅଷ୍ଟମ ରାଉଣ୍ଡରେ ୫୯୯୧, ନବମ ରାଉଣ୍ଡରେ ୫୨୬୫ ଓ ଦଶମ ରାଉଣ୍ଡରେ ୪୮୪୫ ଭୋଟ୍‌ରେ ଆଗରେ ରହିଛନ୍ତି ସୂର୍ଯ୍ୟବଂଶୀ ।

୧୪ଟି ଟେବୁଲରେ ୧୮ ରାଉଣ୍ଡ ପର୍ଯ୍ୟନ୍ତ କାଉଟିଂ ହେବ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ଓ ରାଜ୍ୟ ପୁଲିସ ନିୟୋଜିତ ହୋଇଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା