ତ୍ରୟୋଦଶ ରାଉଣ୍ଡ ଗଣତି ଶେଷ: ବାଜିମାତ୍ କରୁଛି ବିଜେପି

ଧାମନଗର: ବଢିବାରେ ଲାଗିଛି ବିଜେଡି-ବିଜେପି ମଧ୍ୟରେ ବ୍ୟବଧାନ । ଧାମନଗର ଉପନିର୍ବାଚନରେ ନୂଆ ଟ୍ରେଣ୍ଡ ସୃଷ୍ଟି କରୁଛି ବିଜେପି । ତ୍ରୟୋଦଶ ରାଉଣ୍ଡ ଗଣତି ଶେଷ ହୋଇଛି । ଏହି ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅବନ୍ତୀ ଦାସଙ୍କଠାରୁ ୬୭୫୫ ଭୋଟରେ ଆଗୁଆ ଥିବା ସୂଚନା ।
ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁଯାୟୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ୫୮ହଜାର ୩୩୨ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୫୧ହଜାର ୫୭୭ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୨ ହଜାର ୬୦୨, ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କୁ ୬ହଜାର ୮୯୨ଖଣ୍ଡ ଭୋଟ ମିଳିଛି । ଏବେ ସୁଦ୍ଧା ୪୭୯ ଖଣ୍ଡ ଭୋଟ ନୋଟରେ ପଡିଥିବା ଜଣାପଡିଛି ।
ପ୍ରଥମ ରାଉଣ୍ଡରେ ୭୭୯, ଦ୍ୱିତୀୟ ରାଉଣ୍ଡରେ ୧୩୭୯, ତୃତୀୟ ରାଉଣ୍ଡରେ ୨୦୩୩, ଚତୁର୍ଥ ରାଉଣ୍ଡରେ ୩୨୬୧ ଖଣ୍ଡ, ପଞ୍ଚମ ରାଉଣ୍ଡରେ ୩୫୭୨ ଖଣ୍ଡ, ଷଷ୍ଠ ରାଉଣ୍ଡରେ ୪୩୯୨, ସପ୍ତମ ରାଉଣ୍ଡରେ ୫୨୦୦, ଅଷ୍ଟମ ରାଉଣ୍ଡରେ ୫୯୯୧, ନବମ ରାଉଣ୍ଡରେ ୫୨୬୫, ଦଶମ ରାଉଣ୍ଡରେ ୪୮୪୫, ଏକାଦଶ ରାଉଣ୍ଡରେ ୫୩୧୦, ଦ୍ବାଦଶ ରାଉଣ୍ଡରେ ୬୨୧୪ ଓ ତ୍ରୟୋଦଶ ରାଉଣ୍ଡରେ ୬୭୫୫ ଭୋଟ୍ରେ ଆଗରେ ରହିଛନ୍ତି ସୂର୍ଯ୍ୟବଂଶୀ ।
୧୪ଟି ଟେବୁଲରେ ୧୮ ରାଉଣ୍ଡ ପର୍ଯ୍ୟନ୍ତ କାଉଟିଂ ହେବ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ଓ ରାଜ୍ୟ ପୁଲିସ ନିୟୋଜିତ ହୋଇଛନ୍ତି ।