ଆଗରେ ରହିଛି ବିଜେପି

ଧାମନଗର: କିଏ ଜିତିବ ଧାମନଗର ବାଜି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ୧୮ ରାଉଣ୍ଡରେ ହେଉଛି ଭୋଟ୍ ଗଣତି । ତେବେ ଏଯାବତ୍ ୪ଟି ରାଉଣ୍ଡ ଗଣତି ଶେଷ ହୋଇଛି । ପ୍ରଥମ ରାଉଣ୍ଡରେ ୭୭୯ । ଦ୍ୱିତୀୟ ରାଉଣ୍ଡରେ ୧୩୭୯ । ତୃତୀୟ ରାଉଣ୍ଡରେ ୨୦୩୩ । ଆଉ ଚତୁର୍ଥ ରାଉଣ୍ଡରେ ୩୨୬୧ । ଧାମନଗର ଉପନିର୍ବାଚନରେ ଭୋଟ୍ ଗଣତି ଚାଲିଥିବା ବେଳେ ନିକଟତମ ପ୍ରାର୍ଥୀ ବିଜେଡିର ଅବନ୍ତୀ ଦାସଙ୍କଠାରୁ ଏଭଳି ବ୍ୟବଧାନରେ ଆଗେରେ ରହିଛନ୍ତି ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ।
ବର୍ତ୍ତମାନ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ୟ୍ୟବଂଶୀ ୧୮୧୮୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୧୪୯୨୦ ଖଣ୍ଡ ଭୋଟ୍ ପାଇଛନ୍ତି । ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୫୫୭, ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କୁ ୨୩୬୨ ଖଣ୍ଡ ଭୋଟ ମିଳିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗରେ ରହିଥିବା ବେଳେ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି ।