ଓଡିଶା

ବେଗୁନିଆପଡାରେ ଆତ୍ମାର ଅଧ୍ୟକ୍ଷ ହେଲେ ବିଜୟ କୁମାର ପ୍ରଧାନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡାରେ ଆତ୍ମାର ଅଧ୍ୟକ୍ଷ ହେଲେ ବିଜୟ କୁମାର ପ୍ରଧାନ । ବେଗୁନିଆପଡାରେ କୃଷି ସୂଚନା ଓ ପରାମର୍ଶ କାର୍ଯ୍ୟାଳୟରେ ଆତ୍ମାର ସମସ୍ତ ସଦସ୍ୟ ଉପସ୍ଥିତ ରହି ଅଧ୍ୟକ୍ଷ ଚୟନ କରିଛନ୍ତି । ପ୍ରଥମେ ସଦସ୍ୟ ପଦ୍ମ ଚରଣ ସ୍ୱାଇଁ ଅଧ୍ୟକ୍ଷ ଭାବେ ବିଜୟ କୁମାର ପ୍ରଧାନଙ୍କୁ ପ୍ରସ୍ତାବ ଦେଇଥିଲେ । ପରେ ସଦସ୍ୟା ସୁନିତା ନାୟକ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହାପରେ ସମସ୍ତ ସଭ୍ୟ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ । ଫଳରେ ବିଜୟ ନିର୍ଦ୍ବନ୍ଦରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏଥିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ବେହେରା, ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ବ୍ଲକ କୃଷି ଅଧିକାରୀ ରାମଲାଲ ସାନନ୍ଦ, ଉଦ୍ୟାନ କୃଷି ଅଧିକାରୀ ସୁଭାଶିଷ ପାତ୍ରଙ୍କ ସମେତ କୃଷି କର୍ମଚାରୀ ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପରେ ବ୍ଲକ ପରିସରରେ ବିଜୟଙ୍କୁ ପୂର୍ବତନ ଜିଲ୍ଲା ପରିଷଦ ତ୍ରିନାଥ ଭୂୟାଁ, ସମାଜସେବୀ ମହେଶ୍ୱର ବରାଡ଼, ସରପଞ୍ଚ ନୃସିଂହ ପ୍ରଧାନ, ସମିତି ସଭ୍ୟ ମାଧବ ରାଉତ, ପୂର୍ବତନ ସରପଞ୍ଚ ହୃଷିକେଶ ମେହେଣା, ପଦ୍ମ ଚରଣ ସ୍ୱାଇଁ, ସିମାଞ୍ଚଳ ସାମଲ, ଡିଜିଟାଲ ସମ୍ପାଦକ ଶିବରାମ ମାଝୀ, ସମିତି ସଭ୍ୟ ପ୍ରତିନିଧି ଲକ୍ଷ୍ମଣ ସ୍ୱାଇଁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ ।

ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା