ଦଲାଲ୍ କାମ ନ ଛାଡିଲେ ପ୍ରଜାକୋର୍ଟରେ ମିଳିବ ଦଣ୍ଡ: ମାଓବାଦୀ

କୋରାପୁଟ: ଦୀର୍ଘ ଦିନର ନୀରବତା ପରେ ପୁଣି ଲାଗିଲା ମାଓ ପୋଷ୍ଟର । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପୁକାଲି ସେମିଲିଗୁଡା ଥାନା ଅନ୍ତର୍ଗତ ଦୁଧାରି ଅଞ୍ଚଳରୁ ଦୁଇଟି ମାଓ ପୋଷ୍ଟର ଜବତ କରିଛି ପୋଲିସ । ଖଣି ଖନନ ତଳି ଅଞ୍ଚଳରେ ମୈତ୍ରୀ କମ୍ପାନୀର ଦଲାଲ ଭାବେ କାର୍ଯ୍ୟ କରୁଥିବା ଦଲାଲମାନଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି । ମାଓ ପୋଷ୍ଟରରେ ଦାଶରଥି ଖିଲ, ରବି ସେଡା ପେଲି, ପୂର୍ଣ୍ଣ ଯାନୀ, ଅନିଲ ସଡାପେଲି, ସରିଗା ଖରାଙ୍କ ନାମ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି । ତେବେ ଯଦି ସେମାନେ ଦଲାଲ କାମ ନ ଛାଡନ୍ତି ତେବେ ପ୍ରଜା କୋର୍ଟରେ ତାଙ୍କୁ ଦଣ୍ଡ ଦିଆଯିବ ବୋଲି ମାଓ ପୋଷ୍ଟରେ ଉଲ୍ଲେଖ କରାଯାଇଛି । ସେଥିରେ ଓଡିଶା ରାଜ୍ୟ କମିଟି ସିପିଆଇ ମାଓବାଦୀ ମଧ୍ୟ ଉଲ୍ଲେଖ କରାଯାଇଛି । ଅପରପକ୍ଷେ ପୋଲିସ ଉକ୍ତ ଦୁଇଟି ମାଓ ପୋଷ୍ଟରକୁ ଜବତ କରିବା ସହିତ ଅନୁସନ୍ଧାନ ଜାରି ରଖିଥିବା ନେଇ ସୂଚନା ଦେଇଛନ୍ତି କୋରାପୁଟ ଉପ ଆରକ୍ଷୀ ଅଧିକ୍ଷକ ଉତ୍କଳ କେଶରୀ ଦାସ ।
କୋରାପୁଟରୁ ସୁନୀଲ ଦାସ