ଓଡିଶା

ଦ୍ୱିତୀୟ ଅନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆୟୋଜିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ଟାଉନହଲ୍ ପରିସରରେ ପାରଳାଖେମୁଣ୍ଡିର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର ଦ୍ଵାରା ଦ୍ୱିତୀୟ ଅନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ଆଦର୍ଶ ଦାସ ସଭାପତିତ୍ୱ କରିଥିବା ବେଳେ ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ସଭା ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ଆଲୋକ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଗୁରୁ ଡକ୍ଟର ଗଜେନ୍ଦ୍ର ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶକ ରଘୁନାଥ ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ୍ ଓ ଅନୁଷ୍ଠାନର ସଭାପତି ବିଚିତ୍ରା ନନ୍ଦ ବେବର୍ତ୍ତା, ସମ୍ପାଦିକା ଡି.ପ୍ରିୟଙ୍କା, ଆବାହକ  ଡି. ମୋହନ ରାଓ ଉପସ୍ଥିତ ଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ରମଲି ଇବ୍ରାହିମଙ୍କ ଅନୁଷ୍ଠାନ ସୂତ୍ର ଫାଉଡେଶନର କଳାକାରଙ୍କ ସହ ଓଡ଼ିଶାର ବିଶିଷ୍ଟ ନୃତ୍ୟ ଶିଳ୍ପୀ, ଆୟୋଜକ ଅନୁଷ୍ଠାନର ବରିଷ୍ଠ ଓ ଶିଶୁ କଳାକାର ମାନେ ଓଡିଶୀ, ସମ୍ବଲପୁରୀ, ନୃତ୍ୟାଭିନୟ ସହ ପୁରୀର ବଟ ଗୋପାଳ ତ୍ରିପାଠୀଙ୍କ ସାଥୀମାନେ ଓଡିଶୀ ସଙ୍ଗିତ ପରିବେଷଣ କରିଥିଲେ । ତେବେ ଉପାନ୍ତ ଅଞ୍ଚଳରେ ବିଦେଶୀ ତଥା ଭାରତୀୟ କଳାକାରଙ୍କର ଓଡିଶୀ ଓ ଅନ୍ୟାନ୍ୟ ବିଭିନ୍ନ ଢଙ୍ଗର ନୃତ୍ୟ ଏବଂ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଅନୁଷ୍ଠାନ ଓ ଅନୁଷ୍ଠାନର ନୃତ୍ୟ ନିର୍ଦ୍ଦେଶିକା ଡି ପ୍ରିୟଙ୍କାଙ୍କୁ ଅତିଥି ମାନେ ଭୂୟଂଶୀ ପ୍ରଶଂସା କରିଥିଲେ ।

ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରୀଡ଼ା କ୍ଷେତ୍ରରେ କିଶୋର ଚନ୍ଦ୍ର ରଥ, ସଙ୍ଗୀତ କ୍ଷେତ୍ରରେ ନରସିଂହ ପ୍ରସାଦ ପାଢ଼ୀ, ନାଟକ କ୍ଷେତ୍ରରେ ମନୋଜ କୁମାର ପାଢୀ, ଯନ୍ତ୍ର ସଙ୍ଗୀତ କ୍ଷେତ୍ରରେ ଆଇ ମନ୍ମଥ ରାଓ, ସାରସ୍ଵତ କ୍ଷେତ୍ରରେ ବିଷ୍ଣୁ ମୋହନ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା ।

ଗଜପତିରୁ ବିବେକାନନ୍ଦ ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା