ମୃତ ପୋଲିଂ ଅଧିକାରୀଙ୍କୁ ମିଳିବ ୧୫ଲକ୍ଷ ଟଙ୍କା ଅନୁକମ୍ପା ରାଶି

ମୃତ ପୋଲିଂ ଅଧିକାରୀଙ୍କୁ ମିଳିବ ଆର୍ଥିକ ସହାୟତା । ଧାମନଗର ଉପନିର୍ବାଚନରେ ପୋଲିଂ କର୍ମଚାରୀ ଭାବେ ନିୟୋଜିତ ଥିଲେ ନଟବର ମୁଣ୍ଡା । ଧାମନଗର ଉପନିର୍ବାଚନ ପାଇଁ ୧୩୯ ନମ୍ବର ବୁଥରେ ନଟବର ମୁଣ୍ଡାଙ୍କ ଡିଟ୍ୟୁ ପଡ଼ିଥିଲା । ତେବେ ତାଙ୍କର ଅକାଳ ବିୟୋଗରେ ତାଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବା ନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ସୁଶୀଲ ଲୋହାନୀ ।