ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ୍ । ଗୁରୁବାର ଇଡିରେ ହାଜର ହୁଅ !

ବେଆଇନ ଖଣି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ୍ କଲା ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) । ଆସନ୍ତାକାଲି ଅର୍ଥାତ୍ ଗୁରୁବାର ତାଙ୍କୁ ଇଡିରେ ହାଜର ହେବାକୁ କୁହାଯାଇଛି । ପୂର୍ବରୁ ଏହି ମାମଲାରେ ସୋରେନଙ୍କ ଘନିଷ୍ଠ ସହଯୋଗୀ ପଙ୍କଜ ମିଶ୍ରାଙ୍କୁ ଗିରଫ କରିଛି ଇଡି । ଗତ ଜୁଲାଇ ୮ରେ ପଙ୍କଜ ମିଶ୍ରା ଏବଂ ତାଙ୍କ ବ୍ୟବସାୟ ସହ ଜଡ଼ିତ ଝାଡ଼ଖଣ୍ଡର ୧୮ଟି ସ୍ଥାନରେ ଇଡି ପକ୍ଷରୁ ରେଡ୍ କରାଯାଇଥିଲା ।
ପଙ୍କଜ ମିଶ୍ରା ବେଆଇନ ଭାବେ ବିପୁଳ ସମ୍ପତି ଆୟ କରିଥିବା ଅଭିଯୋଗ ରହିଥିବାବେଳେ ସେ ପ୍ରାୟ ୪୨ କୋଟି ଟଙ୍କାର ସମ୍ପତି ହାତେଇଥିବା ଏବେ ସୁଦ୍ଧା ଜଣାପଡ଼ିଛି । ମାର୍ଚ୍ଚ ମାସରେ ମିଶ୍ରା ଏବଂ ଅନ୍ୟମାନଙ୍କ ନାମରେ ଇଡି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ମାମଲା ରୁଜୁ କରିବା ପରେ ଚଢ଼ାଉ କରିଥିଲା । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପ୍ରତିନିଧି ଭାବେ ଝାଡ଼ଖଣ୍ଡର ସାହେବଗଞ୍ଜ ଅଞ୍ଚଳରୁ ବର୍ହୈତ୍, ବିଧାୟକ ପଙ୍କଜ ମିଶ୍ରା ଅଖଣ୍ଡ ରାଜନୈତିକ କ୍ଷମତାର ଅଧିକାରୀ ଅଟନ୍ତି ।