ଓଡିଶା

ପଞ୍ଚଭୂତରେ ଲୀନ ହେଲେ ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସ

ପଞ୍ଚଭୂତରେ ଲୀନ ହେଲେ ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସଙ୍କ ପାର୍ଥିବ ଶରୀର । ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସଙ୍କର ୧୦୬ ବର୍ଷ ବୟସରେ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି । ଆଜି ତାଙ୍କର ପାର୍ଥିବ ଶରୀରକୁ ଜନ୍ମମାଟି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଭଗବାନ ସିଂଢଳ ଗାଁକୁ ଅଣାଯାଇଥିଲା । ସେଠାରେ ସ୍ବର୍ଗତଃ ବିଶ୍ଵନାଥ ଦାସଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ପରେ ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

୧୭ ଜୁନ ୧୯୧୭ ମସିହାରେ ଜଗତସିଂହପୁର ଜିଲ୍ଲା ଭଗବାନ ସିଂଢଳ ଗ୍ରାମରେ ପିତା ଘନଶ୍ୟାମ ଦାସ ଓ ମାତା ବେଲ ଦେଇଙ୍କ କୋଳମଣ୍ଡନ କରିଥିଲେ ବିଶ୍ଵନାଥ । ମହାତ୍ମା ଗାନ୍ଧୀଙ୍କ ଡାକରାରେ ଅନୁପ୍ରାଣିତ ହୋଇ ୧୬ ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଅନେକଥର କାରାବରଣ କରିଥିଲେ ବିଶ୍ଵନାଥ । ଦୁଇ ଦୁଇ ଥର ଭାରତର ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେବା ସହ ଅନେକ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଥିଲେ ଏହି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସ ।
ଆଜି କଟକ ବଡ଼ ମେଡ଼ିକାଲରୁ ସ୍ୱର୍ଗତ ଦାସଙ୍କର ମରଶରୀରକୁ ତାଙ୍କ ଜନ୍ମସ୍ଥାନକୁ ଅଣାଯିବା ସହ ବିଭିନ୍ନ ସ୍ଥାନରେ ବହୁ ବିଶିଷ୍ଟ ବ୍ୟକ୍ତି ତଥା ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ତାଙ୍କ ଶେଷଦର୍ଶନ କରିବା ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନିଜ ଜନ୍ମ ମାଟିରେ ସ୍ୱର୍ଗତ ଦାସଙ୍କର ପାର୍ଥିବ ଶରୀର ପହଁଚିବା ପରେ ସେଠାରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା । ବିଶ୍ଵନାଥ ଦାସ ଅମର ରହେ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ସାରା ଅଞ୍ଚଳ । ଗାଁ ସ୍ମଶାନରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ପରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା । ଏହି ସମୟରେ ମଝିଆ ପୁଅ ନରେନ୍ଦ୍ର ଦାସ ତାଙ୍କୁ ମୁଖାଗ୍ନି ଦେଇଥିଲେ ।

ଜଗତସିଂହପୁର ଜିଲ୍ଲା ତଥା ରାଜ୍ୟ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ହରାଇଥିବା ବେଳେ ତାଙ୍କ ଆଦର୍ଶରେ ଯଦି ଆମେ ଅନୁପ୍ରାଣିତ ହୋଇପାରିବା ତାହେଲେ ତାହାହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଫ୍ରିଟୁ ସ୍ପିକ୍ ପରିବାର ତରଫରୁ ଏହି ମହାନ୍ ଆତ୍ମାଙ୍କୁ ଆମର ଶ୍ରଦ୍ଧାଞ୍ଜଳି ।

ଜଗତସିଂହପୁରରୁ ଶ୍ରୀରାଜ ସାହୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା