ଓଡିଶା କଳା ସଂସ୍କୃତି

ଆମ ସଂସ୍କୃତିର ବାହକ ଗୋ-ସମ୍ପଦ। ଆଜି ସର୍ଵତ୍ର ପାଳିତ ହେଉଛି ଗୋପାଷ୍ଟମୀ ।

ଆଜି ଭାରତରେ ସର୍ବତ୍ର ପାଳିତ ହେଉଛି ପବିତ୍ର ଗୋପାଷ୍ଟମୀ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ପର୍ବ ପାଳିତ ହୋଇଥାଏ । ଏହିଦିନ ଗୋ-ସମ୍ପଦ ସହ ଗୋପାଳକଙ୍କର ପୂଜା କରାଯିବାର ମଧ୍ୟ ବିଧି ରହିଛି । ଗୋମାତାଙ୍କ ରକ୍ଷା କରିଥିବା ହେତୁ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ‘ଗୋବିନ୍ଦ’ ହୋଇଛି।ଏଣୁ ଗୋମାତାଙ୍କ ପୂଜା କରିବା ସହ ସେମାନଙ୍କୁ ଘାସ ଅର୍ପଣ କରିବା ପରେ ସେମାନଙ୍କ ଚାରି ପାଖରେ ପରିକ୍ରମା କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସନ୍ଧ୍ୟା ସମୟରେ ଗୋମାତାଙ୍କ ପାଦଧୂଳି ମସ୍ତକରେ ଲଗାଇଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।

ପ୍ରାଚୀନ୍ନ ପଦ୍ମପୁରାଣ ଅନୁସାରେ ;- ଗୋମାତାଙ୍କ ମୁଖରେ ଷଡଙ୍ଗ ଓ ପଦକ୍ରମ ସହିତ ଚାରି ବେଦ ରହିଥାନ୍ତି । ଶିଙ୍ଗର ଅଗ୍ରଭାଗରେ ଇନ୍ଦ୍ର ଓ ଦୁଇ ଶିଙ୍ଗରେ ଭଗବାନ୍ ଶଙ୍କର ଓ କେଶବ ରହନ୍ତି । ଉଦରରେ ସ୍କନ୍ଦ, ମୁଣ୍ଡରେ ବ୍ରହ୍ମା, ଲଲାଟରେ ବୃଷଭଧ୍ୱଜ, ଦୁଇ କାନରେ ଅଶ୍ୱିନୀ କୁମାର, ଦୁଇ ନେତ୍ରରେ ଚନ୍ଦ୍ରମା ଓ ସୂର୍ଯ୍ୟ, ଦାନ୍ତରେ ଗରୁଡ, ଜୀଭରେ ସରସ୍ୱତୀ, ଅପାନରେ ସମସ୍ତ ତୀର୍ଥ, ଗୋ-ମୂତ୍ରରେ ଜାହ୍ନବୀ ଗଙ୍ଗା, ଲୋମକୂପ ସମୁହରେ ଋଷୀଗଣ, ମୁଖରେ ଉପର ଆଡକୁ ଯମ, ଡାହାଣ ପାର୍ଶ୍ୱକୁ କୁବେର ତଥା ଗରୁଡ, ବାମ ପଟକୁ ତେଜସ୍ୱୀ ଯକ୍ଷଗଣ, ମୁଖ ମଧ୍ୟରେ ଗନ୍ଧର୍ବ, ନାସିକାରେ ନାଗ, ଚାରି ଖୁରାର ପଶ୍ଚାତ୍ ଭାଗରେ ଅପସରାଗଣ, ଗୋବରରେ ଲକ୍ଷ୍ମୀ, ଗୋମୂତ୍ରରେ ସର୍ବମଙ୍ଗଳା ଦେବୀ, ପାଦର ଅନ୍ୟ ଭାଗରେ ସିଦ୍ଧାଦି ଖେଚର, ହମ୍ମା ରଡିରେ ପ୍ରଜାପତି ଓ ଚାରି ପହ୍ନାରେ ଚାରି ସମୁଦ୍ର ରହିଥାନ୍ତି ।

ଯେଉଁମାନେ ପ୍ରତିଦିନ ଗାଈକୁ ସ୍ପର୍ଶ କରନ୍ତି, ସେ ଏହି ସମୁଦ୍ରରେ ସ୍ନାନ କରିନିଅନ୍ତି । ତେଣୁ ମନୁଷ୍ୟ ନିଜର ପୁଷ୍ଟି ସାଧନ ପାଇଁ ଗୋମାତାଙ୍କୁ ସ୍ପର୍ଶ କରିବା ଉଚିତ୍ । ଏତଦ୍ୱାରା ସେ ସମସ୍ତ ପାପରୁ ମୁକ୍ତ ହୋଇଯାନ୍ତି । ଗୋମାତାଙ୍କ ଖୁରାଦ୍ୱାରା ଉଡୁଥିବା ଧୂଳିକୁ ମସ୍ତକରେ ଧାରଣ କରୁଥିବା ମନୁଷ୍ୟ ମଧ୍ୟ ସମସ୍ତ ତୀର୍ଥର ଜଳରେ ସ୍ନାନ କରିବା ସଙ୍ଗେ ସମାନ ଓ ସେ ସମସ୍ତ ପାପରୁ ମୁକ୍ତହୁଏ ।
ପୁରାଣରେ ଥିବା ମାନ୍ୟତା ଅନୁଯାୟୀ କାର୍ତ୍ତିକଶୁକ୍ଳ ପକ୍ଷ ପ୍ରତିପଦାଠାରୁ ସପ୍ତମୀ ପର୍ଯ୍ୟନ୍ତ ଗାଈ,ଗୋପ ଏବଂ ଗୋପୀମାନଙ୍କ ରକ୍ଷାନିମନ୍ତେ ଭଗବାନ କୃଷ୍ଣ ଗୋବର୍ଦ୍ଧନ ପର୍ବତ ତୋଳି ଧରିଥିଲେ ।ଅଷ୍ଟମ ଦିନ ଦେବରାଜ ଇନ୍ଦ୍ର ଅହଙ୍କାର ଭଙ୍ଗ ହୋଇଥିଲା। ସେ ଭଗବାନ କୃଷ୍ଣଙ୍କ ଶରଣ ପଶିଥିଲେ। ଗୋମାତା କାମଧେନୁ ଭଗବାନ ଶ୍ରୀକୃଷ୍ଣଙ୍କ ଅଭିଷେକ କରି ଥିଲେ।ସେହିଦିନଠାରୁ ଶ୍ରୀକୃଷ୍ଣଙ୍କ ଅନ୍ୟନାମ ‘ଗୋବିନ୍ଦ’ ହୋଇଥିଲା ବୋଲି ଭାଗବତ ରେ ବର୍ଣ୍ଣିତ ହୋଇଛି ।

‘ସମିନ୍ଦ୍ର ରାୟା ସମିଷା ରଭେମହି ସଂ ବାଜେଭିଃ ପୁରୁଶ୍ଚନ୍ଦ୍ରୈରଭିଦ୍ୟୁଭିଃ ।
ସଂ ଦେବ୍ୟା ପ୍ରମତ୍ୟା ବୀରଶୁଷ୍ମୟା ଗୋଅଗ୍ରୟାଶ୍ୱାବତ୍ୟା ରଭେମହି ।। ‘
(ଋଗ୍ ବେଦ ୧/୫୩/୫)

ବେଦ ରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଯଦି କେହି ଏହି ମାୟା-ରାଜ୍ୟରେ ସମସ୍ତ ପ୍ରକାର ବୈଭବ ପ୍ରାପ୍ତ କରିବାକୁ ଚାହେଁ ତେବେ ଗୋମାତାଙ୍କର ସେବା କରିବା ଆବଶ୍ୟକ । ଏଥିପାଇଁ ଆଜିର ପବିତ୍ର ଦିବସରେ ସର୍ବତ୍ର ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ପର୍ବ ପାଳିତ ହେଉଅଛି। ଯାହା ଆମ ଧର୍ମ ସଂସ୍କୃତି ସହିତ ଜଡିତ। (ସଂଗୃହିତ)

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା