ଓଡିଶା

ଜନସମ୍ପର୍କ ପଦଯାତ୍ରା କରି ଲୋକଙ୍କ ସମସ୍ୟା ବୁଝୁଛି ବିଜେଡି

ବିଜୁ ଜନତା ଦଳର ପଚିଶି ବର୍ଷ ପୂର୍ତ୍ତି ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ପୁରା ଓଡିଶାର ବିଭିନ୍ନ କୋଣ ଅନୁକୋଣରେ ବିଜୁ ଜନତା ଦଳର ପ୍ରତିନିଧି ଓ କର୍ମୀମାନେ ଜନସମ୍ପର୍କ ପଦଯାତ୍ରା କରି ଲୋକମାନଙ୍କ ନିକଟତର ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକର କୁସୁପଙ୍ଗା ମଙ୍ଗଳପୁର ଓ କମଳାଙ୍ଗ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଏହି ପଦଯାତ୍ରାରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଲୋକ ପ୍ରତିନିଧି ମାନେ ସିଧାସଳଖ ଲୋକମାନଙ୍କ ନିକଟତର ହୋଇ ସେମାନଙ୍କ ବିଭିନ୍ନ ସମସ୍ୟା ବୁଝିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି ।

ହିନ୍ଦୋଳ  ବିଧାୟିକା ସୀମାରାଣୀ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ଜନସମ୍ପର୍କ ପଦଯାତ୍ରାରେ ଢେଙ୍କାନାଳ ଲୋକସଭା କ୍ଷେତ୍ରର ସାଂସଦ ମହେଶ ସାହୁ, ଓଡାପଡା ପଞ୍ଚାୟତ ସମିତି ଅଧକ୍ଷା ସସ୍ମିତା ମହାନ୍ତି, ଉପାଧକ୍ଷ ଅମିତାଭ ସ୍ୱାଇଁ, ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଏକ ନମ୍ବର, ଦୁଇ ନମ୍ବର ଓ ତିନି ନମ୍ବର ଜୋନର ଜିଲ୍ଲାପରିଷଦ, ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଓଡାପଡା ବ୍ଲକ ବିଜୁ ଜନତା ଦଳର ସଭାପତି ଚିତ୍ତ ରଞ୍ଜନ ନାଥ, ହିନ୍ଦୋଳ ବ୍ଲକ ସଭାପତି ବରୁଣ ସର, ଦଳୀୟ କର୍ମୀ ଓ ସ୍ଥାନୀୟ ସରପଞ୍ଚଙ୍କ ସମେତ ଗ୍ରାମର ବହୁ ବୃଦ୍ଧ,ବୃଦ୍ଧା, ଯୁବକ, ଯୁବତୀ ଓ ମହିଳାମାନେ ଯୋଗ ଦେଇଥିଲେ l

ଆୟୋଜିତ ଜନସମ୍ପର୍କ ପଦଯାତ୍ରା କୁସୁପଙ୍ଗା ଗ୍ରାମପଞ୍ଚାୟତର କୁରୁଣ୍ଟି ଗ୍ରାମରୁ ଆରମ୍ଭ ହୋଇ କମଳାଙ୍ଗ ଗ୍ରାମପଞ୍ଚାୟତରେ ଶେଷ ହୋଇଥିଲା l ଏଥିରେ ବିଜୁ ଜନତା ଦଳର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଗ୍ରାମବାସୀଙ୍କୁ ବୁଝାଇଥିଲେ ଢେଙ୍କାନାଳ ସାଂସଦ ମହେଶ ସାହୁ । ବିଜୁ ଜନତା ଦଳର ଏହି ପଦ ଯାତ୍ରା ଆସନ୍ତା ନଭେମ୍ବର ଦୁଇ ତାରିଖରେ ଶେଷ ହେବ ।

ଓଡାପଡାରୁ ଗୋପବନ୍ଧୁ ବାରିକ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା